Indus Valley Times

ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା

 Breaking News

ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା

ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା
August 25
17:13 2024

ଖୋର୍ଦ୍ଧା,୨୫/୮: ସ୍ପଷ୍ଟ ଦିବାଲୋ‌କରେ ବିଚ୍ ରାସ୍ତାରେ ଜଣେ ଯୁବକକୁ ହାଣି ହତ୍ୟା କରାଯାଇଥିବା ଘଟଣା ଖୋର୍ଦ୍ଧା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ।
ସୂଚନା ଅନୁଯାୟୀ, ଯୁବକଜଣକ ଏକ ଗ୍ୟାରେଜରେ କାମ କରୁଥିଲେ। ସେଠାରେ କିଛି ଦୁର୍ବୃତ୍ତ ଆସି ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୋଡ଼ାସାହିର କିଛି ଲୋକ ଖଣ୍ଡାରେ ହାଣିଥିବା କୁହାଯାଉଛି।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ତାର ପ୍ରାଣହାନି ଘଟିଥିଲା। ହତ୍ୟାକାଣ୍ଡର କାରଣ ଜଣାପଡ଼ିନି। ଘଟଣା ସ୍ଥଳରେ ଖୋର୍ଦ୍ଧା ପୁଲିସ ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930