Indus Valley Times

ବିଜୁ ପକ୍କା ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା, ଉପକୃତ ହେବେ ୩୦ ଲକ୍ଷ ଲୋକ

 Breaking News

ବିଜୁ ପକ୍କା ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା, ଉପକୃତ ହେବେ ୩୦ ଲକ୍ଷ ଲୋକ

ବିଜୁ ପକ୍କା ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା, ଉପକୃତ ହେବେ ୩୦ ଲକ୍ଷ ଲୋକ
December 21
19:09 2021

ଭୁବନେଶ୍ଵର, ୨୧/୧୨: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାକୁ ନେଇ ଶାସକ ବିଜୁ ଜନତା ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। ଜିଲ୍ଲା ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବାଣ୍ଟିବା ପରେ ଏବେ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନା ଉପରେ ବଡ ଘୋଷଣା କରିଛନ୍ତି। ବିଜୁ ପକ୍କା ଘର ପାଇଥିବା ଏବଂ ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ମରାମତି ଖର୍ଚ୍ଚ। ଏଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ ୧୪୪୪ କୋଟି ଟଙ୍କା। ଆଜି କ୍ୟାବିନେଟ୍ ବୈଠକ ପରେ ଏହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଘୋଷଣା ଅନୁଯାୟୀ, ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ଖର୍ଚ୍ଚ ବାବଦରେ ୩ ହଜାର ଟଙ୍କା ମିଳିବ। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଖଣି ଅଞ୍ଚଳ ପକ୍କା ଘର ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ମିଳିବ। ଏଥିସହ କେନ୍ଦ୍ରୀୟ ଯୋଜନା ଅର୍ଥାତ ପିଏମ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ସହାୟତା ରାଶି ମିଳିବ। ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ତାରିଖ ଘୋଷଣା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ।
ତେଣୁ ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟସାରା ବୁଲି ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବାଣ୍ଟିବା ସହିତ ସବୁ ଜିଲ୍ଲାକୁ କୋଟି କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। କେଉଁଠି ଶିଳାନ୍ୟାସ୍ ହୋଇଛି ତ କେଉଁଠି ପ୍ରକଳ୍ପର ଉଦଘାଟନ ହୋଇଛି। ଏବେ ଆବାସ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031