Indus Valley Times

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ

 Breaking News

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ
November 25
21:31 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୧୧: ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଭିଡଓ କନଫରେସିଙ୍ଗ ଜରିଆରେ ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ଷ୍ଟାଡିୟମଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ ଜିଲ୍ଲା ଷ୍ଟାଡିୟମ ଠାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହିତ ୨୦ କୋଟି ଟଙ୍କାର ୨୨ଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ୪୬୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜନସାଧାରଣଙ୍କୁ ଉଦବୋଧନ ଦେଇ ଆଜି ବୌଦ୍ଧଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରାଗଲା,ଟୁରୁଜିମ ଓ ଅକ୍ସି ଟୁରିଜିମ ପ୍ରତି ଲୋକଙ୍କ ଆଗ୍ରହ ବଡିଛି , ୨୦ କୋଟି ଟଙ୍କା ବ୍ୟୟରେ ନନ୍ଦନ ବନ ସଫାରୀ କରାଯିବ, ଏହା ଚାରି ଶହ ପରିବାରଙ୍କୁ ରୋଜଗାର ଯୋଗାଇ ଦେବ, ଦୁଗ୍ଧ ଉତ୍ପାନଦ କ୍ଷେତ୍ରରେ ବୌଦ୍ଧଜିଲ୍ଲା ଅନେକ ଭଲ କାର୍ଯ୍ୟ କରିଛି ।
ଆଗାମୀ ଦିନରେ ଚାଷୀଙ୍କ ପାଇଁ ୨୦ ହଜାର ଲିଟରର ପ୍ଲାଣ୍ଟ କରାଯିବ,ଏ ଥିରେ ୧୦ ହାଜର ଚାଷୀ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ ଏବଂ ବୌଦ୍ଧଜିଲ୍ଲା ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହୋଇଛି ଏବଂ ଜିଲ୍ଲାର ୩ ଲକ୍ଷ ୭୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଏହା ଦ୍ୱାରା ସହଜରେ ଚିକିତ୍ସା ସେବା ପାଇ ପାରିବେ , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆଁ ରୂପରେ କାର୍ଯ୍ୟକାରି କରୁଛୁ । ସେପ୍ଟେମ୍ବର ୧ ତାରିଖରୁ ଏହା ଲାଗୁ ହୋଇଛି , ରାଜ୍ୟର ସାଢେ ୩ କୋଟି ଲୋକ ଏହି କାର୍ଡ ପାଇବେ । ଏହି ନୂଆ ବ୍ୟବସ୍ଥାରେ ହସ୍ପିଟାଲରେ କିଛି ଟଙ୍କା ଦେବାକୁ ପଡିବ ନାହିଁ, କେବଳ ଏହି ସ୍ମାର୍ଟ କାର୍ଡ ସାଥିରେ ନେଇ ଯିବାକୁ ହେବ, ୨ ଶହରୁ ଅଧିକ ହସ୍ପପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇ ପାରିବେ ।
ଏହି କାର୍ଡ ଜରିଆର ପରିବାରର ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଓ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଛି ,ଏହି ସେବା ଦେବାରେ ସାରା ରାଜ୍ୟରେ ଦେଶରେ ପ୍ରଥମ ରାଜ୍ୟ , ସ୍ୱାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ,ତେଣୁ ପରିବାରରେ କେହି ଅସୁସ୍ଥ ହେଲେ ଆମର ଚିନ୍ତା ବଢିଯାଏ ସେଥିପାଇଁ କିଏ ଜମି ବିକେ କିଏ ସୁନା ବିକେ କିଏ ଋଣ କରେ କିଏ କିଏ ଚିକିତ୍ସା ପାଇଁ ପିଲାଙ୍କ ପାଠ ମଧ୍ୟ ବନ୍ଦ କରିଦେଇଥାନ୍ତି, ଏହି ସ୍ମାର୍ଟ କାର୍ଡ ଆପଣମାନଙ୍କର ଦୁଃଖ ଦୂର କରିବ, ସରକାରୀ ହସ୍ପିଟାଲରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ସେ ଚାଷୀ ହେଉ, ମୂଲିଆ ହେଉ ବା ଛୋଟ ଦୋକାନୀ , ରିକ୍ସାବାଲା, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟ ବାନ,ମୁଁ ଚାହେଁ ସମସ୍ତେ ସୁସ୍ଥ୍ୟ ରୁହନ୍ତୁ,ଟଙ୍କା ପାଇଁ କେହି ଚିକିତ୍ସା ସୁବିଧାରୁ ବଂଚିତ ନ ହୁଅନ୍ତୁ, ସମସ୍ତେ ସୁସ୍ଥ ରହି ନିଜ ପରିବାର ଓ ରାଜ୍ୟ ଉନ୍ନତି ପାଇଁ କାମ କରନ୍ତୁ ବୋଲି ନିଜ ଭାଷଣରେ ପ୍ରକାଶ କରିଥିଲେ ।
ଏହି ଭିଡିଓ କନଭରେସିଙ୍ଗରେ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଏହି ସର୍ଟକାର୍ଡ ଯୋଜନାରେ ବୌଦ୍ଧଜିଲ୍ଲାର ୧୦୮୫୫୫ ପରିବାରର ୩୭୨୩୮୭ ଜଣ ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ବୌଦ୍ଧ ବ୍ଲକକୁ ୩୬୪୦୪, ହରଭଙ୍ଗା ବ୍ଲକକୁ ୩୩୬୨୮ ଓ କଣ୍ଟାମାଳ ବ୍ଲକକୁ ୩୮୫୨୩ କିଟ ଆସିଛି । ଏହି ସ୍ମାର୍ଟକାର୍ଡ ଜିଲ୍ଲାର ୬୯ ପଂଚାୟତ ପାଇଁ ୬ ଗୋଟି କେନ୍ଦ୍ରରେ ପ୍ରଦାନ କରାଯିବ । ଦୁଇ ଦିନ ମଧ୍ୟରେ ସ୍ମାର୍ଟକାର୍ଡ ବଣ୍ଟାଯିବାକୁ ଲକ୍ଷ ରଖାଯାଇଥିବା ବେଳେ ଏଥିପାଇଁ ୪୧୪ ଜଣ କ୍ଷେତ୍ର କର୍ମଚାରୀ ଓ ଗୋଟିଏ ବୁଥ ପାଇଁ ୬୯ ଜଣ ନୋଡାଲ ଅଧିକାରୀ ନିୟୋଜିତ ହେବେ । ସ୍ମାର୍ଡକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥି ଭାବରେ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ସଂପର୍କରେ ବକ୍ତବ୍ୟ ରଖିଥିଲେ ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, କଣ୍ଟାମାଳ ବିଧାୟକ ମହିଧର ରଣା ଯୋଗଦେଇଥିବା ବେଳେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ରାଜ୍ୟ ପରିବନ ମନ୍ତ୍ରୀ ପଦ୍ମନାଭ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତା ରଣୀ ଦଳବେହେରା,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ତହସିଲଦାର ଅବିନାଶ ପାଣ୍ଡିଆ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ ଉପସ୍ଥିତଥିଲେ ।
ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା
ବୌଦ୍ଧ,୨୫ା୧୧: କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା ବୌଦ୍ଧଜିଲ୍ଲାର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧଜିଲ୍ଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇଦେଇଥିବା ଜଣାଯାଇଛି । ଓଡ଼ିଶା ଭାସ୍କର ସମ୍ବାଦପତ୍ରରେ ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ସ୍ୱର୍ଗତ ବସ୍ତିଆ ଗତ ମଇ ୧୦ ତାରିଖ ଦିନ ଚିକିତ୍ସାଳୟକୁ ନେବା ରାସ୍ତାରେ ଆମ୍ବୁଲାନସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର କରୋନା ପରୀକ୍ଷା ହୋଇପାରିନଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ଘୋଷିତ ସହାୟତା ରାଶି ତାଙ୍କ ପରିବାରକୁ ମିଳିପାରିନାହିଁ ।
ତେବେ ଗତ ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ବସ୍ତିଆଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ମରଣୋତ୍ତର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ପତ୍ର ସହ ଗୁରୁବାର ଦିନ ପୂର୍ବାହ୍ନରେ ବୌଦ୍ଧ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିବାବେଳେ ଥାନା ଅଧିକାରୀ ସୁଶ୍ରୀକହଁର ନିଜର ବଦାନ୍ୟତା ଗୁଣ ଦେଖାଇ ଦୁର୍ବାକ୍ଷଙ୍କ ଶୋକସନ୍ତପ୍ତ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଥାନା ଅଧିକାରୀ ସୁଶ୍ରୀକହଁରଙ୍କ ଏହି ମହାନତା ତଥା ଜଣେ ସାମ୍ବାଦିକଙ୍କ ପରିବାର ପାଇଁ ସମବେଦନା ଯୋଗୁଁ ଜିଲ୍ଲାର ସାମ୍ବାଦିକ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031