Indus Valley Times

ବିଜେଡିରୁ ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

 Breaking News

ବିଜେଡିରୁ ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

November 29
18:12 2020

ଭୁବନେଶ୍ବର,୨୯/୧୧: ବିଜୁ ଜନତା ଦଳର ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି ।ଏନେଇ ଏକ ପ୍ରେସ ବାର୍ତ୍ତା ଯୋଗେ ବିଜୁ ଜନତା ଦଳ ତରଫରୁ ଏହି ସୂଚନା ଦିଆଯାଇଛି । ଜନ ବିରୋଧୀ କାର‌୍ୟ୍ୟକଳାପ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ପ୍ରେସ୍ ବାର୍ତ୍ତାରେ ସୂଚନା ଦିଆଯାଇଛି । ଦଳର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି ।
ଦଳରୁ ବହିଷ୍କୃତ ହେଲା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କୌଣସି ଜନ ବିରୋଧି କାର୍ଯ୍ୟ କରିନଥିବା କହିଛନ୍ତି । ତା’ସହ ସେ ନିର୍ଦ୍ଦୋଷ ବୋଲି କହିଛନ୍ତି ।
ତା’ସହ ସେ କହିଛନ୍ତି, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଥିବା ବେଳେ କ୍ଷମତାର ଅପବ୍ୟବହାର କରିନାହାଁନ୍ତି । ପ୍ରମାଣ ମିଳିଲେ ଦଣ୍ଡ ସ୍ୱୀକାର କରିବେ ଓ ଦଳର ଦାୟିତ୍ୱକୁ ସର୍ବଦା ପ୍ରାଥମିକତା ଦେଇଥିବା ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ୧୫ଟି ବିଧାନସଭା ଦାୟିତ୍ୱରେ ଥିବା ବେଳେ ସେ ୧୨ଟି ଆସନରେ ଦଳକୁ ଜିତାଇଥିଲେ ।ଦଳର ପ୍ରାର୍ଥୀଙ୍କୁ ପାଣ୍ଠି ମଧ୍ୟ ତାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଯଦି ଜନବିରୋଧୀ କାର‌୍ୟ୍ୟକ୍ରମ କରିଛନ୍ତି ତାହାର ପ୍ରମାଣ ଦଳ ଦେଉ ବୋଲି ସେ କହିଛନ୍ତି ।
ତତ୍‌ଦ୍ୱାରା ସେ କହିଛନ୍ତି ଯଦି ସେ କିଛି ଭୁଲ କରିଛନ୍ତି ତାହା ସାମ୍ବାଦିକମାନେ ଖୋଜି ବାହାର କରନ୍ତୁ, ତ୍ରୁଟି ଥିଲେ ପ୍ରମାଣ ଦିଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି ।କୌଣସି ବାଲି ମାଫିଆ, ମଦ ଦୋକାନଠୁ ଟଙ୍କା ନେଇଥିବା କଥାକୁ ପ୍ରଦୀପ ଅସ୍ୱୀକାର କରିଛନ୍ତି ।
ସୂଚନାଯୋଗ୍ୟ, ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ସହ ସଂପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
କଳାଧନର କୁବେର କୁହାଯାଉଥିବା ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍ଡି ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ ତାହାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଠକେଇର ଶିକାର ହୋଇଥିବା ଯୁବକଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡ଼ିଛି। ପାଠକଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଉଥିବା କାରଣରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଥିଲା । ଏବେ ଏସ୍ଆଇଟି ସେହି ଆଧାରରେ ଆଗକୁ ତଦନ୍ତ କରିବ ବୋଲି ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031