Legatus

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସ୍ବାଗତ କଲେ ସସ୍ମିତ ପାତ୍ର

 Breaking News

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସ୍ବାଗତ କଲେ ସସ୍ମିତ ପାତ୍ର

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସ୍ବାଗତ କଲେ ସସ୍ମିତ ପାତ୍ର
April 18
15:39 2024

ଭୁବନେଶ୍ୱର,୧୮/୪:ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି।
ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ ସାର୍ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କର ଜଣେ ଫ୍ୟାନ୍।
ଏମିତିକି କେବଳ ତାଙ୍କୁ ଉତ୍ସର୍ଗ କରି ଏକ ଫିଲ୍ମ ତିଆରି କରିଥିଲି। ସାର୍ଙ୍କ ବ୍ୟକ୍ତିତ୍ୱ, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସବୁବେଳେ ମୋତେ ପ୍ରେରଣା ଦେଇଛି।
ସେ କଥାରେ କମ୍ ଓ କାମରେ ଅଧିକ ବିଶ୍ୱାସ କରନ୍ତି। ମୋତେ ବିଜେଡିରେ ସାମିଲ ହେବାକୁ ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି।
ଅନୁଭବ ମହାନ୍ତି ବିଜେଡି ଛାଡ଼ିବାର ପ୍ରାୟ ୨୦ ଦିନ ପରେ ବର୍ଷା ପ୍ରିୟଦର୍ଶିନୀ ଏହି ଦଳରେ ମିଶିଛନ୍ତି। ଗତ ମାସ ୨୦ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କେନ୍ଦ୍ରାପଡ଼ା ସାଂସଦ। ସେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଟିକେଟରେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି। ହେଲେ ସେ କେଉଁଠାରୁ ପ୍ରାର୍ଥୀ ହେବେ, ତାହା ଜଣାପଡ଼ିନି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31