Indus Valley Times

ବିଜେଡିର ପ୍ରାର୍ଥୀ ତାଲିକା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଦଳ ସୁପ୍ରିମୋ

 Breaking News

ବିଜେଡିର ପ୍ରାର୍ଥୀ ତାଲିକା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଦଳ ସୁପ୍ରିମୋ

ବିଜେଡିର ପ୍ରାର୍ଥୀ ତାଲିକା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଦଳ ସୁପ୍ରିମୋ
April 05
18:51 2024

ଭୁବନେଶ୍ବର, ୫/୪: ବିଜେଡି ଆଜି ନିଜର ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମୋଟ ୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।
ଏଥିରେ ଦଳ ୩ ଜଣ ବିଧାୟକଙ୍କୁ ରିପିଟ୍ କରିଥିବା ବେଳେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ଆଜିର ପ୍ରାର୍ଥୀଙ୍କୁ ମିଶାଇଲେ ଦଳ ଏପର୍ଯ୍ୟନ୍ତ ମୋଟ ୧୦୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।
ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ସାଲେପୁରରୁ ପ୍ରଶାନ୍ତ ବେହେରା,ରାଉରକେଲାରୁ ସାରଦା ପ୍ରସାଦ ନାୟକ ଓ ବାଲେଶ୍ୱରରୁ ସ୍ୱରୂପ ଦାସ। ସେହିପରି ନୂଆ ମୁହଁ ଭାବେ ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝୀ, ରାଇରଙ୍ଗପୁରରୁ ରାଇସିନ୍ ମୁର୍ମୁ, ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ଟିକେଟ୍ ଦେଇଛି। ବିଜେପିରୁ ଆସିଥିବା ପ୍ରକାଶ ବେହେରାଙ୍କୁ ବାରବାଟୀ-କଟକ ଆସନରୁ ପ୍ରାର୍ଥୀ କରିଛି ଦଳ ।
ସେହିପରି ନିକଟରେ କଂଗ୍ରେସରୁ ଆସିଥିବା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫଙ୍କୁ ଦଳ ରାଜଗାଙ୍ଗପୁର ପ୍ରାର୍ଥୀ କରିଛି ।
ଦଳ ଜୟଦେବରେ ଗୋଷ୍ଠୀକନ୍ଦଳ ଏଡ଼ାଇବାକୁ ଚନ୍ଦନ ପାତ୍ରଙ୍କ ସମର୍ଥିତ ନବକିଶୋର ମଲ୍ଲିକଙ୍କୁ ଟିକେଟ୍ ଦେଇଛି । ସେଠାରେ ନବୀନ ନିବାସର କର୍ମଚାରୀ ଅକ୍ଷୟ ବେହେରା ଟିକେଟ୍ ପାଇବାକୁ ଦାବିଦାର ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦଳ ତାଙ୍କୁ ଟିକେଟରୁ ବଂଚିତ କରିଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031