Indus Valley Times

ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ

 Breaking News

ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ

ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ
December 20
17:42 2020

ଭୁୁବନେଶ୍ୱର,୨୦/୧୨: ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି ।
ଯେଉଁଥିରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଦୋହରାଇଲା ଥିଲା ଦଳ । କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ। ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ ବୋଲି ମଧ୍ୟ ଦଳ କହିଛି । ଏସବୁ ସତ୍ତ୍ୱେ ରାଜ୍ୟରେ ସମସ୍ତ ଲୋକାଭିମୁଖି କାର୍ଯ୍ୟ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ପ୍ରସ୍ତାବ ରହିଛି ।
ମହାବାତ୍ୟାରୁ ମହାମାରୀ ପର୍ଯ୍ୟନ୍ତ ସବୁ ବାଧାବିଘ୍ନକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡି ଦଳ ମୁକାବିଲା କରିପାରିଛି ବୋଲି ଦଳ କହିଛି । ସେହିପରି କୃଷି ଓ କୃଷକ ପାଇଁ ଲଢ଼େଇ ଜାରି ରହିବ । ସ୍ୱତନ୍ନ ରାଜ୍ୟମନ୍ୟତା ପାଇଁ ଓଡ଼ିଶା ଲଢ଼େଇ ଜାରି ରଖିବ । ଏ ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି କେନ୍ଦ୍ର । ମହିଳା ଶସକ୍ତି କରଣ ପାଇଁ ପ୍ରସ୍ତାବ । ପଂଚାୟତ ବ୍ୟବସ୍ଥା ମାଧ୍ୟମରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭାରେ ଓ ସାଂସଦରେ ମହିଳାମାନଙ୍କୁ ପାଇଁ ୩୩ପ୍ରତିଶତ ସଂରକ୍ଷଣ ପାଇଁ ଦାବି କରିଛି ଦଳ ।
ସେହିପରି ଓଡ଼ିଶାର ସଂସ୍କୃତି ଐତିହ୍ୟର ସୁରକ୍ଷା ପ୍ରାଇଁ ପ୍ରସ୍ତାବ । ଓଡ଼ିଶାର ବର ପୁତ୍ର ମାନଙ୍କ ଗାଁକୁ ଆଦର୍ଶ ଗାଁ ହିସାବରେ ଗ୍ରହଣ କରାଯାଉ ।
ଭର୍ଚୁଆଲ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର‌୍ୟ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ ।
ତେବେ ସାଙ୍ଗଠନିକ ନିର୍ବାଚନ ସରିବା ପରେ ଏହା ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031