Legatus

ବିଜେପିକୁ ଫେରିଲେ ବିଧାୟକ ପର୍ଶୁରାମ ଧଡା

 Breaking News

ବିଜେପିକୁ ଫେରିଲେ ବିଧାୟକ ପର୍ଶୁରାମ ଧଡା

ବିଜେପିକୁ ଫେରିଲେ ବିଧାୟକ ପର୍ଶୁରାମ ଧଡା
April 26
17:46 2024

ଭୁବନେଶ୍ବର/ସୋର,୨୬/୪: ସୋର ବିଧାୟକ ପର୍ଶୁରାମ ଧଡ଼ା ଆଜି ରାଜ୍ୟ କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଛନ୍ତି।
ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ଏହାସହ ପର୍ଶୁରାମଙ୍କର ଘରବାହୁଡ଼ା ହୋଇଛି ବୋଲି କହିଛନ୍ତି ମନମୋହନ ସାମଲ।
ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ପର୍ଶୁରାମ ଧଡ଼ା କହିଛନ୍ତି, ବିଜେପିକୁ ଧନ୍ୟବାଦ। ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ବିଜେପିରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ।
୨୦୦୯ରେ ବିଜେପି ଟିକେଟରେ ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୋଇଥିଲି। ପରେ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲି।
କିନ୍ତୁ ଏବେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛି। ଦଳ ଯାହା ଦାୟିତ୍ୱ ଦେବ, ତାକୁ ସୂଚାରୁ ରୂପେ ତୁଲାଇବି। ଦଳର ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିବି। ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ମୁଁ ଗ୍ରହଣ କରିବି।
ସୂଚନାଯୋଗ୍ୟ, ଶ୍ରୀ ଧଡ଼ା ସୋର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥରକ ମଧ୍ୟ ଟିକେଟ ପାଇବା ନେଇ ସେ ଅଶାବାଦୀ ଥିଲେ। ହେଲେ, ତାଙ୍କ ବଦଳରେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ାଙ୍କୁ ଦଳ ପ୍ରାର୍ଥୀ କରିବାପରେ ସେ ଗତ ୩ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳକୁ ବିଜେପି ପ୍ରାର୍ଥୀ ଭାବେ ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା କରିସାରିଥିଲା। ତେଣୁ ପର୍ଶୁରାମ କଂଗ୍ରେସ ଟିକେଟରୁ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ମାତ୍ର, ଗତ ୧୪ ତାରିଖ ଦିନ କଂଗ୍ରେସ ପ୍ରାର୍ଥୀ ଭାବେ ସୁବ୍ରତ ଧଡ଼ାଙ୍କ ନାମ ଘୋଷଣା କରିବାପରେ ଉକ୍ତ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଏବେ ପୁଣି ଏକ ନୂଆ ଚର୍ଚ୍ଚା ଚାଲିଛି। ତାହା ହେଲା ଯେ ବିଜେପି ସୋରରେ ରାଜେନ୍ଦ୍ର ଦାସଙ୍କ ବଦଳରେ ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରିପାରେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930