Indus Valley Times

ବିଜେପି ଛାଡି ବିଜେଡିରେ ମିଶିଲେ କୁଶଙ୍ଗ ପଞ୍ଚାୟତର ଆଗ ଧାଡ଼ିର ବିଜେପି ନେତା

 Breaking News

ବିଜେପି ଛାଡି ବିଜେଡିରେ ମିଶିଲେ କୁଶଙ୍ଗ ପଞ୍ଚାୟତର ଆଗ ଧାଡ଼ିର ବିଜେପି ନେତା

December 30
18:39 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୧୨ : ଆଜି କୁଶଙ୍ଗ ଗ୍ରାମ ପଞ୍ଚାୟତର ଆଗ ଧାଡ଼ିର ବିଜେପି କର୍ମୀ ସାନନ୍ଦ ଭୋଇ ବ୍ରହ୍ମାନନ୍ଦ ନାୟକ ସୁଶାନ୍ତ ସାହୁ ବିଶ୍ୱନାଥ ପ୍ରଧାନ ଦଣ୍ଡୁଆ ମଲ୍ଲିକ ପ୍ରମୁଖ ଡବଲ ଇଞ୍ଜିନ ସରକାରର କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ବିଜୁ ଜନତାଦଳର ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ଅବକାଶ ସାହୁ କୁଶଙ୍ଗ ଗ୍ରାମପଞ୍ଚାୟତ ବିଜୁ ଜନତାଦଳ ସଭାପତି ସଞ୍ଜୟ ଦେହୁରୀ ପ୍ରମୁଖଙ୍କ ଉପସ୍ଥିତିରେ ଭଗାମୁଣ୍ଡା ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜୁ ଜନତାଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ଫଳରେ କୁଶଙ୍ଗ ପଞ୍ଚାୟତରେ ବିଜେଡି ଆହୁରି ସୁଦୃଢ ହେବା ସହ ପୂର୍ବରୁ ଅଭିମାନ କରି ବିଜୁ ପରିବାର ଛାଡ଼ିଥିବା ସମସ୍ତ ବ୍ୟକ୍ତିଙ୍କୁ ପୁଣିଥରେ ଦଳ ସହ ଯୋଡିବାର ପ୍ରୟାସ ଆରମ୍ଭ ହୋଇଥିବା ଏବଂ ସାଧାରଣ ଜନସାଧାରଣ ଡବଲ ଇଞ୍ଜିନର ଦୁର୍ନୀତି କଳାଶାସନ ବିରୁଦ୍ଧରେ ତ୍ରାହି ତ୍ରାହି ଡାକରା ଦେଉଥିବା ବେଳେ ବିଜୁ ଜନତାଦଳ ହିଁ ଓଡିଶା ବାସୀଙ୍କର ଏକମାତ୍ର ବିକଳ୍ପ ପୁଣିଥରେ ପ୍ରମାଣିତ ହେବ ବୋଲି ଶ୍ରୀଯୁକ୍ତ ଅବକାଶ ସାହୁ ପ୍ରକାଶ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ପ୍ରଧାନ ପ୍ରଶାନ୍ତ ପ୍ରଧାନ ଅର୍ଜୁନ ସାହୁ ରମାକାନ୍ତ ଡ଼ାଳୁଆ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930