Indus Valley Times

ବିଜେପି ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ବିଜେଡି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

 Breaking News

ବିଜେପି ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ବିଜେଡି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

February 07
18:55 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୨ : ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ବିରୁଦ୍ଧରେ ସମଗ୍ର ରାଜ୍ୟରେ ବିଜୁ ଜନତାଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର ବୌଦ୍ଧ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ମାଉସୀମା ମନ୍ଦିର ଠାରେ ଏକ ପ୍ରତିବାଦ ସଭା ବରିଷ୍ଠ ନେତା ଅଶୋକ ସାହୁଙ୍କସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରତିବାଦ ସଭାରେ ବିଜୁ ଜନତାଦଳର ବୌଦ୍ଧ ଜିଲ୍ଲା ସଭାପତି ପୂର୍ବତନମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ପୂର୍ବତନ ବିଧାୟକ ମହୀଧର ରଣା ବୌଦ୍ଧ ଏନଏସି ଅଧକ୍ଷ ମୃତ୍ୟଞ୍ଜୟ ମିଶ୍ର ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁ ରାଧାବଲ୍ଳଭ ପ୍ରଧାନ ଶ୍ରଦ୍ଧାଞ୍ଜଳି ବାରିକ ପ୍ରମୁଖ ବକ୍ତବ୍ୟ ରଖି ବୌଦ୍ଧ ଜିଲ୍ଲାରେ ଚାଷୀଧାନବିକ୍ରୀ କ୍ଷେତ୍ରରେ ହେଉଥିବା ହନ୍ତସନ୍ତ ଧାନ କୁଇଣ୍ଟାଲ ପିଛା ୬୯ଟଙ୍କା ଲୁଟ ବ୍ୟାପକ କଟନୀ ଛଟନୀ ଦ୍ଵିତୀୟ ପର୍ଯ୍ୟାୟ ଟୋକନ ନ ଆସିବା ମଣ୍ଡିରେ ଦିନ ଦିନ ଧରି ଧାନ ପଡିରହିବା ଫଳରେ ସମଗ୍ର ଜିଲ୍ଲାରେ ଚାଷୀ ଅଭାବୀ ବିକ୍ରୀ ର ସମ୍ମୁଖୀନ ହେଉଛି ।
ଠିକ ସେହିଭଳି ସମଗ୍ର ରାଜ୍ୟରେ ବଢ଼ି ଚାଲିଥିବା ମହିଳା ଅତ୍ୟାଚାର ଆଇନଶୃଙ୍ଖଳା ପରିସ୍ଥିତିର ଦୃତ ଅବନତି ପୂର୍ବ ସରକାର ଅମଳରେ ନିର୍ମିତ ବୌଦ୍ଧ ଡାକ୍ତରଖାନା ଗୃହ ତୁରନ୍ତ ଲୋକାର୍ପିତ, ବାର୍ଦ୍ଧକ୍ୟ ବିଧବା ଦିବ୍ୟାଙ୍ଗ ଙ୍କ ଆବେଦନ ହୋଇ ପଡିରହିଥିବା ଭତ୍ତା ତୁରନ୍ତ ପ୍ରଦାନ ।
ସରକାରଙ୍କ ପ୍ରତିଶ୍ରୁତି ମୁତାବକ ୩୫୦୦ଟଙ୍କା ଭତ୍ତା ସମସ୍ତଙ୍କୁ ପ୍ରଦାନ ଏବଂ ହରଭଙ୍ଗା ବ୍ଲକରେ ପୂର୍ବସରକାର ଅମଳରେ ନିର୍ମାଣଧିନ ପିଇବାପାଣି ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରି ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି ଯୋଗାଇବା ଆଦି ଦାବିନେଇ ନେତୁମଣ୍ଡଳୀ ବକ୍ତବ୍ୟ ରଖିବା ସହ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
ତୁରନ୍ତ ସମସ୍ୟାର ସମାଧାନ ନହେଲେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁବୋଧ ପ୍ରଧାନ ବିଦ୍ୟାଧର ସ୍ୱାଇଁ ସୁମନ୍ତ ସାହୁ ପ୍ରଭାତ ପ୍ରଧାନ ଅଶ୍ୱିନୀ ପ୍ରଧାନ ରବୀନ୍ଦ୍ର ପ୍ରଧାନ ନିହାର ଘୋଷ ଅଶୋକ ସେଠି ଅରୁଣ ବାଘ ବସନ୍ତ ସ୍ୱାଇଁ ଅଶୋକ ମେଣ୍ଡୁଳି ପ୍ରେମରାଜ ରଣା କଣ୍ଟାମାଳ ବ୍ଲକ ଉପାଧକ୍ଷ ମହେନ୍ଦ୍ର ରଣା ବାଳମୁକୁନ୍ଦ ମେହେର, ଶୈଳେନ୍ଦ୍ର ବାରିକ ପ୍ରମୁଖଙ୍କ ନେତୃତ୍ୱରେ ପନ୍ଦରଶହରୁ ଉର୍ଦ୍ଧ କର୍ମୀ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930