Indus Valley Times

ବିଦ୍ୟାଳୟ ଶିକ୍ଷା ଯୋଜନାର ସମୀକ୍ଷା ଓ “ଆସ ସ୍କୁଲ ଯିବା ୨୦୨୫-୨୬” ଯୋଜନାର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

 Breaking News

ବିଦ୍ୟାଳୟ ଶିକ୍ଷା ଯୋଜନାର ସମୀକ୍ଷା ଓ “ଆସ ସ୍କୁଲ ଯିବା ୨୦୨୫-୨୬” ଯୋଜନାର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

August 19
21:36 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୯/୮ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଶିକ୍ଷା ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା ସହ “ଆସ ସ୍କୁଲ ଯିବା” ଯୋଜନାର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଅଧ୍ୟକ୍ଷ, ଶ୍ରୀ ତାପସ କୁମାର ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ, ଶ୍ରୀମତୀ କଷ୍ଟୁରିବାଳା ଜେନା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ ଯୋଗଦେଇଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ପୂର୍ବ ଅନୁଷ୍ଠିତ ବୈଠକର ନିଷ୍ପତି ଓ କାର୍ଯ୍ୟ ଅଗ୍ରଗତି ସମ୍ବନ୍ଧରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କୁ ତଥ୍ୟ ଉପସ୍ଥାପନ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ଋତୁରାଜ ଖର୍ଚ୍ଚ ବିନିଯୋଗ ପ୍ରମାଣ ପତ୍ର ,ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଆପତ୍ତି ଅଭିଯୋଗ ସମାଧାନ, ସ୍ଵୟଂ ସହାୟିକା ଗୋଷ୍ଠୀ ଏଚଏସଟି ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି କରି ଜଗିବା ଓ ପହରା କାର୍ଯ୍ୟ,ପି ଏମ ଶ୍ରୀ ବିଦ୍ୟାଳୟ ଗୁଡିକରେ ସିଭିଲ କାର୍ଯ୍ୟ ଓ ଭିତ୍ତିଭୂମିର ଅଗ୍ରଗତି,”ଆସ ସ୍କୁଲ ଯିବା”ଅଭିଯାନର ସ୍ଥିତି ତଥା ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆଦି ଶୈକ୍ଷିକ ଗୁରୁତ୍ୱପୂ୍ଣ୍ଣ କାର୍ଯ୍ୟକ୍ରମ ଗୁଡିକ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।
ୟୁଡାଇଜ (UDISE), ଏଚ ଏସ ଟି (HST),ରାଇଜ(RAISE) ଆଦି ବିଭିନ୍ନ ଅଗ୍ରଣୀ ଶିକ୍ଷା ଯୋଜନା ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ ।
ଖୋର୍ଦ୍ଧା ଓ ଜଟଣୀ ପୌରରିଷଦ, ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସମସ୍ତ ୧୦ ଗୋଟି ବ୍ଲକର ୧୬ଗୋଟି ଉଚ୍ଚ ବିଦ୍ୟାଳୟ ର ଗୁରୁତ୍ୱପୂର୍ଣ୍ଣ ମରାମତି କାର୍ଯ୍ୟ, ଖେଳ ପଡିଆ, କ୍ରୀଡ଼ା, ସୌନ୍ଦର୍ଯ୍ୟତା ,ଏଲଇଡି ଲାଇଟ୍, ସେଲ୍ଫି ପଏଣ୍ଟ,, ସାଇନ୍ ବୋର୍ଡ ତଥା ସାଇନେଜ୍ ଆଦି କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ ।
ଜିଲ୍ଲାରେ ବିଦ୍ୟାଳୟ ଛାଡିଥିବା ୬୨୧୭ ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନିତ କରାଯାଇ ଥିବାବେଳେ ସେଥିରେ ୬ ରୁ ୧୪ ବର୍ଷ ୧୬୭୧,୧୫ରୁ୧୬ବର୍ଷ ୧୯୯୯,୧୭ ରୁ ୧୮ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୨୫୪୭ ଅଛନ୍ତି କ୍ଷ ବର୍ତ୍ତମାନ ସ୍କୁଲ ଛାଡିଥିବା ଉକ୍ତ ୬ରୁ ୧୪ ବର୍ଷର ୩୫୯ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରାଯାଇଛି ।
୧୫ରୁ ୧୮ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ଜଣକୁ ଏବଂ ୧୫ ରୁ୧୮ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୬୬ ଜଣକୁ ଆତ୍ମ ନିଯୁକ୍ତି କ୍ଷେତ୍ରରେ ଧନ୍ଦା ମୁଳକ ଶିକ୍ଷାରେ ଭର୍ତ୍ତି କରାଯାଇଛି ।
ରାଇଜ ଶିକ୍ଷା କାର୍ଯ୍ୟକ୍ରମରେ ୨୦୨୬ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ପ୍ରତ୍ୟେକ ବିଦ୍ୟାଳୟରେ ଶତକଡା ଶତ ପ୍ରତିଶତ ଫଳାଫଳ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ସ୍କୁଲରୁ ଏ ୧ ଗ୍ରେଡରେ ନିଶ୍ଚିତ ଭାବେ ଏକ ଜଣ, ପିଲାର ଉନ୍ନତିରେ ବୃଦ୍ଧି ନିମନ୍ତେ କ୍ରମାନ୍ୱୟରେ ଶିକ୍ଷକ ଅଭିଭାବକ ଆଲୋଚନା କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ୧୮ ବର୍ଷରୁ ତଦୁର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ନିଶୁଳ୍କ ତାଲିମ୍ ଓ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏଥି ସହ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଗାଇଡ୍ ଲାଇନ୍ ଅନୁଯାୟୀ ସାକ୍ଷରତା ସଚେତନତା ଅଭିଯାନ ମାଧ୍ୟମରେ ପାରାଗ୍ରାଫ ପଢିବା, ଅକ୍ଷର ଚିହ୍ନିବା, ଗଣିତ, ବିଜ୍ଞାନ ଓ ଇଂରାଜୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ବହୁଳ ମାତ୍ରାରେ ଆୟୋଜନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଆବଶ୍ୟକ ସ୍ଥଳେ ବାତ୍ସଲ୍ୟ ଯୋଜନାର ସହାୟତା ନେବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ଜେନା,ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୁବାସ ବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସମସ୍ତ ବ୍ଲକର ବି ଡି ଓ,ସି ଡି ପି ଓ, ସି ଆର ସି ସି,ବି ଆର ସି ସି, ସମସ୍ତ ପଲିଟେକନିକ୍ ଅନୁଷ୍ଠାନର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031