Legatus

ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ, ମା’ ଗୁରୁତର

 Breaking News

ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ, ମା’ ଗୁରୁତର

ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ, ମା’ ଗୁରୁତର
May 05
11:07 2024

ବ୍ୟାସନଗର/ଦାନଗଦି, ୫/୫: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ ପଞ୍ଚାୟତ ବେଙ୍ଗପାଟିଆ ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଥିବ ଜଣାଯାଇଛି। ମୃତକ ହେଲେ ବାପା ଗଣେଶ ମଣ୍ଡଳ(୬୬) ଓ ପୁଅ ଆଶୁତୋଷ ମଣ୍ଡଳ(୩୨)। ଗୁରୁତର ହେଲେ ତୁଳସୀ ମଣ୍ଡଳ (୬୪)।
ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗଣେଶ ମଣ୍ଡଳ, ତୁଳସୀ ଓ ଆଶୁତୋଷ ଗାଁ ପାଖ ଚାଷଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। ହେଲେ ସେଠାରେ କୌଣସି କାରଣରୁ ପ୍ରଥମ ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ପରେ ବାପା ଓ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।
ସେଠାରେ ଡାକ୍ତର ବାପା ଗଣେଶ ମଣ୍ଡଳ ଓ ପୁଅ ଆଶୁତୋଷ ମଣ୍ଡଳଙ୍କୁ ମୃତ ଘୋଷଣା କରିଥିଲେ। ମାଆ ତୁଳସୀଙ୍କ ଅବସ୍ଥା ସଂକଟାପନ୍ନ ଥିବାର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏଣେ ଖବର ପାଇ ଯାଜପୁର ରୋଡ୍ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31