Indus Valley Times

ବିଦ୍ୟୁତ୍ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ,ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

 Breaking News

ବିଦ୍ୟୁତ୍ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ,ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

November 12
20:40 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୨/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗ୍ରାମ ନିକଟସ୍ଥ ମା ରାମଚଣ୍ଡୀ ମନ୍ଦିର ନିକଟରେ ନୂଆକରି ଗତକାଲି ଆରମ୍ଭ ହୋଇଥିବା ପ୍ଲା ଏ ଦୋକାନରେ ସଟ୍ ସର୍କିଟ ଯୋଗୁଁ ବିଦ୍ୟୁତ୍ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ କୌଣସି କାରଣ ଯୋଗୁଁ ସଟ୍ ସର୍କିଟ ଘଟି ଦୋକାନ ସ ଟର କରେଣ୍ଟ ହୋଇଯାଇଥିବା ବେଳେ ମାଇଛେଳି ପଞ୍ଚାୟତ ଖୋଷା କଟା ଗ୍ରାମର ପଦ୍ମଲୋଚନ ସାହୁ (୨୮) ସ ଟର ଖୋଲିବା ସମୟରେ ବିଦ୍ୟୁତ୍ କରେଣ୍ଟ ଆଘାତରେ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡିଯାଇଥିଲା।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ରାସ୍ତାରୋକ କରାଯାଇଥିଲା।ନୂଆଗାଁ ତହସିଲଦାର ଶରତ କୁମାର ମଲ୍ଲିକ ,ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ମହିପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିବା ପରେ ରାସ୍ତାରୋକ ହଟିଥିଲା।ଯୁବକ ଙ୍କ ଶବ ବ୍ୟବଚ୍ଛେଦ ପାଇଁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031