Indus Valley Times

ବିଦ୍ୟୁତ୍ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୪ଟି ସ୍ଥାନରେ ଚଢାଉ

 Breaking News

ବିଦ୍ୟୁତ୍ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ବିଦ୍ୟୁତ୍ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
February 14
11:57 2022

ସମ୍ବଲପୁର ୧୪/୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ । ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।
ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ପାର୍କ ରେସିଡେନ୍ସିର ଫ୍ଲାଟ ନମ୍ବର ୨୦୧ ଓ ୨୦୩, ଭୁବନେଶ୍ବର ଖଣ୍ଡଗିରିର କସମୋପଲିସ ଫ୍ଲାଟ୍ ନମ୍ବର ଏଚ ୦୨୨ରେ ୪ଟି ଟିମ୍ ଚଢାଉ ଜାରି ରଖିଛି ।
ଏଥିରେ ୨ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନୀଲ କୁମାର ପଣ୍ଡା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031