Indus Valley Times

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା, ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିରୋଧୀ

 Breaking News

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା, ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିରୋଧୀ

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା, ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିରୋଧୀ
February 07
17:55 2024

ଭୁବନେଶ୍ବର,୭/୨: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ତୃତୀୟ ଦିନରେ ବୁଧବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାତି ପାହିଲେ ଅର୍ଥାତ ଆସନ୍ତାକାଲି (ଗୁରୁବାର) ଗୃହରେ ଅନ୍ତରୀଣ ବଜେଟ୍ ଆଗତ ହେବାକୁ ଥିବା ବେଳେ ଆଜି ଅପରାହ୍ନରେ ବିରୋଧୀ ଦଳର ବିଧାୟକମାନେ ହୋହାଲ୍ଲା କରିଛନ୍ତି।
ଗୃହକାର‌୍ୟ୍ୟ ଆରମ୍ଭ ହେବା ପରେ ଅର୍ପଣ ଚାଉଳକୁ ନେଇ ବିଜେପି ଓ ବିଜେଡି ବିଧାୟକମାନଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି, ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ ଭାଙ୍ଗିଦେଇଥିଲେ।
ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ। ସେପଟେ ପରୀ ମାମଲାରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକମାନେ ମଧ୍ୟ ହୋହାଲ୍ଲା କରିଥିଲେ। ଏସବୁ ଭିତରେ ବାଚସ୍ପତି ପ୍ରମିଳା ମଲ୍ଲିକା ଗୃହକୁ ୧ ଘଣ୍ଟା ପାଇଁ ମୁଲତବି ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031