Indus Valley Times

ବିଧାନସଭାର ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ

 Breaking News

ବିଧାନସଭାର ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ

ବିଧାନସଭାର ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ
November 18
15:55 2020

ଭୁବନେଶ୍ବର,୧୮/୧୧: ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବ । ଏନେଇ ବୁଧବାର ସର୍ବଦଳୀୟ ବୈଠକ ବସିଥିଲା। ବୈଠକରେ କୋଭିଡ ଗାଇଡଲାଇନ ଅନୁସାରେ ଚାଲିବ ଗୃହ ଚାଲଇବ ବୋଲି ସ୍ଥିର ହୋଇଛି । ଦିନକୁ ସାଢେ ଚାରିଘଂଟା ପାଇଁ ବସିବ ବିଧାନସଭା । ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର । ସେ କହିଛନ୍ତି, କୋଭିଡ ପରିସ୍ଥିତି ପାଇଁ ତାରକା ପ୍ରଶ୍ନ ପଚାରିବା ବନ୍ଦ ହେବ । ୨୦ ତାରିଖରେ ଅଧିବେଶନ ଆରମ୍ଭ ଦିନ ହିଁ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ ।
କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ସର୍ବଦଳୀୟ ବୈଠକରେ ଅଧିବେଶନ ପରିଚାଳନା ନେଇ ଆଲୋଚନା ହୋଇଛି । ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ । ପ୍ରଶ୍ନ ନ ନେବା ଆଗରୁ ପ୍ରଶ୍ନକାଳ ବାତିଲ କହିବା ସମ୍ବିଧାନ ବିରୋଧୀ ବେଆଇନ୍ କାମ, ଆମେ ଏହାର ଦୃଢ ପ୍ରତିବାଦ କରୁଛୁ । ସେପଟେ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ କହିଛନ୍ତି, ବିଧାନସଭା ୪ ଘଣ୍ଟା ଧରି ଚାଲିବ କିନ୍ତୁ କାହାକୁ କରୋନା ହେବନାହିଁ। ଆଉ ପ୍ରଶ୍ନକାଳ ପାଇଁ ଅଧିବେଶନ ଘଣ୍ଟାଏ ବଢିଗଲେ କ’ଣ କରୋନା ସଂକ୍ରମଣ ହୋଇଯିବ?
ସୂଚନା ଅନୁଯାୟୀ, ଶୀତ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ତେବେ ଶୀତ ଅଧିବେଶନରେ ୪୦ଟି କାର‌୍ୟ୍ୟ ଦିବସ ରହିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031