Indus Valley Times

ବିଧାନସଭା ସମୁଖରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ

 Breaking News

ବିଧାନସଭା ସମୁଖରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ

November 28
21:02 2020

ଭୁବନେଶ୍ବର୨୮/୧୧: ବିଧାନସଭା ଆଗରେ ମାଆ ଓ ପୁଅ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଠିକ୍ ସମୟରେ କମିଶନରେଟ୍ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ପୁଅକୁ ଘଟଣାସ୍ଥଳରୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲା ।
ସୁଚନାଯୋଗ୍ୟ ଯେ ୨୦୧୯ ଜୁଲାଇରେ ଅମ୍ରୁତ ଦାସ ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ତାଙ୍କ ଭାଇ ଓ ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।
ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ଜଗତସିଂହପୁର ପୋଲିସ। ଟ୍ରକ୍ ଦୁର୍ଘଟଣାରେ ଅମୃତ ଦାସଙ୍କ ମୃତ୍ୟୁ ହୋଇଥିଲା। ବାଇକ୍ ପଛରେ ବସିଥିବା ଅରୁଣ ପଟ୍ଟନାୟକ ଗୁରୁତର ହୋଇଥିଲେ। ଦୀର୍ଘ ୧୫ ଧରି ଅରୁଣ କଟକ ଏସ୍ସିବିରେ ୧୫ ଦିନ ଚିକିତ୍ସା ହୋଇଥିଲେ। କଟକ-ପାରାଦୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଦୁର୍ଘଟଣାର ୭ ମାସ ପରେ କୋର୍ଟରେ ହତ୍ୟା ଅଭିଯୋଗ କରିଥିଲେ ମାଆ। ପୋଲିସ ତଦନ୍ତରୁ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରମାଣିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930