Indus Valley Times

ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ହାତ କାଟି ପିଇଲେ ବିଷ

 Breaking News

ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ହାତ କାଟି ପିଇଲେ ବିଷ

ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ହାତ କାଟି ପିଇଲେ ବିଷ
September 08
14:22 2021

ଭୁବନେଶ୍ୱର, ୮/୯ : ଡାକ୍ତରଙ୍କ ଭୁଲ୍ ଯୋଗୁ ଅଚଳ ହୋଇଗଲାଣି ଗୋଡ଼। ଉନ୍ନତ ମାନର ଚିକିତ୍ସା ପାଇଁ ପାଖରେ ନାହିଁ ସମ୍ବଳ। ଗୁହାରୀ କଲେ ବି ସରକାର ଶୁଣୁ ନାହାନ୍ତି। ଏପରିକି ଇଚ୍ଛାମୃତ୍ୟୁ ପାଇଁ ବି ଅନୁମତି ଦେଉ ନାହାନ୍ତି।
ଯନ୍ତ୍ରଣା ଅସହ୍ୟ ହେଉଥିବା ବେଳେ ଚାରି ଆଡ଼ୁ ନିରାଶ ହୋଇ ଆଜି ବିଧାନସଭା ସମ୍ମୁଖରେ ସେ ହାତ କାଟି ଦେବା ସହ ବିଷ ପିଇ ଦେଇଥିଲେ। ତାଙ୍କ ନାଁ ଦୁଷ୍ମନ୍ତ ଦାସ। ତାଙ୍କ ଘର ଜଗତସିଂପୁର ଜିଲ୍ଲା କୁଜଙ୍ଗରେ।
ଗୁରୁତର ଅବସ୍ଥାରେ ଦୁଷ୍ମନ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
ଅଭିଯୋଗ ଅନୁଯାୟୀ, ଗତ ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ନିମନ୍ତେ ସେ କଟକ ବଡ଼ ମେଡ଼ିକାଲ ଯାଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରଥମ ଅପରେସନ ମାର୍ଚ୍ଚ ୨୩ରେ କରାଯାଇଥିଲା ।
ଦ୍ୱିତୀୟ ଅପରେସନ ୨୦୨୦ ଜୁନ୍ ୧୯ ତାରିଖରେ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ରେ କରୋନା ସଂକ୍ରମଣର ଆଳ କରି ତାଙ୍କୁ ଘରକୁ ପଠାଇ ଦିଆଗଲା। ତାପରଠୁ ଅବହେଳା କରାଯାଉଛି। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ କରିଥିଲେ ବି ନିରାଶ ହୋଇଛନ୍ତି ଦୁଷ୍ମନ୍ତ। ଆଉ ଶେଷରେ କୌଣସି ଉପାୟ ନ ପାଇ ସେ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଦୁଷ୍ମନ୍ତ କହିଛନ୍ତି, “ଚିକିତ୍ସା ଅଭାବରୁ ଦେହ କ୍ରମଶଃ ଖରାପ ହେବାରେ ଲାଗିଲା। ଗତ ନଭେମ୍ବର ୨୪ ତାରିଖରେ ଘରୁ ମୋତେ ନେଇ ଆଡ଼ମିଶନ କରାଇ ଜିଲା ପ୍ରଶାସନ ତାର କାର୍ଯ୍ୟ ସାରିଦେଲା। ଅସ୍ଥିଶଲ୍ୟ ବିଭାଗ ଡାକ୍ତର ପରୋକ୍ଷ ଭାବରେ ନିଜର ଡିପାର୍ଟମେଣ୍ଟର ଭୁଲ୍ ଅପରେସନ କରିଥିବା ଓ ଚିକିତ୍ସାରେ ଅବହେଳା କରିଥିବା ମାନିଲେ।
ହେଲେ ପରବର୍ତ୍ତୀ ଚିକିତ୍ସା ଏସ୍ସିବିରେ ସମ୍ଭବ ନୁହେଁ ବୋଲି କହିଥିଲେ। ସରକାର ଚାହିଁଲେ ମୋ ଗୋଡ଼ ଭଲ ହୋଇଯିବ ବୋଲି କହିଲେ । ହେଲେ ଏସିସିବି ଅଧୀକ୍ଷକ ଅଭିଯୋଗ ଗ୍ରହଣ କଲେ ନାହିଁ।
ଏହାପରେ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରାଗଲା। ହେଲେ ଦୁଇଟି ପ୍ରାଇଭେଟ ହସ୍ପିଟାଲ ଆଡମିଶନ କରିବାକୁ ମନା କଲେ। ସେମାନେ ଲିଖିତ ଭାବେ ଆଣିବାକୁ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମନା କରି ଦେଲେ।
ନବୀନ ନିବାସ ଯିବାରୁ ସେଠାରେ ଏସସିବି ଯିବାକୁ କୁହାଗଲା। କିନ୍ତୁ ଗତ ୧୬ ତାରିଖରେ ଏସସିବିରେ ଆଡମିଶନ ହେବା ପରେ ବି କୌଣସି ଚିକିତ୍ସା ମିଳିଲାନି। ଏହାପରେ ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟହୋଇ ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛି।”

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031