Indus Valley Times

ବିନ୍ଦି ଲଗାଇବାରୁ ବର୍ଷିଲେ ଶିକ୍ଷୟିତ୍ରୀ, ଝୁଲି ପଡ଼ିଲେ ଛାତ୍ରୀ

 Breaking News

ବିନ୍ଦି ଲଗାଇବାରୁ ବର୍ଷିଲେ ଶିକ୍ଷୟିତ୍ରୀ, ଝୁଲି ପଡ଼ିଲେ ଛାତ୍ରୀ

ବିନ୍ଦି ଲଗାଇବାରୁ ବର୍ଷିଲେ ଶିକ୍ଷୟିତ୍ରୀ, ଝୁଲି ପଡ଼ିଲେ ଛାତ୍ରୀ
July 12
10:52 2023

ଧାନବାଦ,୧୨/୭: ଝାଡ଼ଖଣ୍ଡର ଧାନବାଦ ଅଞ୍ଚଳର ଏକ ସ୍କୁଲ୍କୁ ବିନ୍ଦି (ଟିକିଲି) ଲଗାଇ ଯାଇଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଚାପୁଡ଼ା ମାରିବାରୁ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।
ଧାନବାଦ ପୁଲିସ କହିବା ଅନୁସାରେ, କପାଳରେ ବିନ୍ଦି ନାଇଥିବାରୁ ସୋମାବାର ଦିନ ସ୍କୁଲ୍ରେ ପ୍ରାର୍ଥନା ସମୟରେ ୧୬ ବର୍ଷୀୟ ଉଷା କୁମାରୀଙ୍କୁ ଜଣେ ଶକ୍ଷୟିତ୍ରୀ ଅପମାନିତ କରି ଚାପୁଡ଼ା ମାରିଥିଲେ। ହନୁମାନଗଢ଼ି କଲୋନିସ୍ଥିତ ଘରକୁ ଫେରି ଉଷା ସିଲିଙ୍ଗ୍ ଫ୍ୟାନ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ।
ଜୀବନ ହାରିବା ପୂର୍ବରୁ ସେ ୟୁନିଫର୍ମ ପକେଟ୍ରେ ତେତୁଲ୍ମାରି ପୁଲିସ ଉଦ୍ଦେଶ୍ୟରେ ‘ସୁସାଇଡ୍ ନୋଟ୍’ ବି ରଖିଯାଇଥିଲେ। ସେଥିରେ ସେ ଏ ଘଟଣା ପାଇଁ ସ୍କୁଲ୍ ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲ୍ଙ୍କୁ ଦାୟୀ କରିଛନ୍ତି। ତେଣୁ, ଉଭୟଙ୍କୁ ଗିରଫକରାଯାଇଥିବା କଥା ପୁଲିସ କହିଛି।
‘ନ୍ୟାସ୍ନାଲ୍ କମିସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲଡ୍ ରାଇଟ୍ସ୍’ର (ଏନ୍ସିପିସିଆର୍) ଅଧ୍ୟକ୍ଷ ପ୍ରିୟାଙ୍କ କାନୁନ୍ଗୋ ଟୁଇଟ୍ କରି ମଙ୍ଗଳବାର ଦିନ କହିଛନ୍ତି ଯେ, ବିନ୍ଦି ଲଗାଇ ସ୍କୁଲ୍କୁ ଯାଇଥିବାରୁ ମାଡ଼ ଖାଇ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଘଟଣା ସଂକ୍ରାନ୍ତରେ ଅବଗତ ହୋଇଥିବାରୁ ଦତନ୍ତ ଲାଗି ‘ଏନ୍ସିପିସିଆର୍’ ଧାନବାଦ ଯିବ।
ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ସୋମବାର ଦିନ ଧାନବାଦର ତେତୁଲମାରି ଅଞ୍ଚଳରେ ଘଟିଛି। ଘଟଣାର ପୁଲିସ ତଦନ୍ତ ଦାବି କରି ବିହିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରି ସେଠାରେ ମୃତା ବାଳିକାର ଅଭିଭାବକ ଓ ସ୍ଥାନୀୟ ଜନତା ସ୍କୁଲ୍ ପରିଚାଳନା କମିଟି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ବିହିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ପ୍ରତିବାଦ ଭଙ୍ଗ ହୋଇଥିଲା।
ଗଣମାଧ୍ୟମକୁ ତେତୁଲମାରି ଥାନା ‘ଏସ୍ଏଚ୍ଓ’ ଆଶିଷ କୁମାର ଯାଦବ କହିଛନ୍ତି, ଅଭିଯୁକ୍ତ ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲ୍ଙ୍କ ନାଁରେ ‘ଏଫ୍ଆଇଆର୍’ ରୁଜୁ କରାଯାଇଛି। ଖୁବ୍ ଶୀଘ୍ର ବିହିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031