Indus Valley Times

ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

 Breaking News

ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ
April 10
22:10 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୦/୪ : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧୬୯୦ କେଜି ଗଞ୍ଜେଇ ଜବତ କରାଯାଇଛି।
ଏହି ଘଟଣାରେ ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତିନଗର ର କାଳୁଚରଣ ଦାସ (୪୫), କନ୍ଧମାଳ ଜିଲ୍ଲା ଲହବାଡି ର ମହେଶ ମଲ୍ଲିକ (୨୧) ଓ ବଇଡା ର ପ୍ରକାଶ ପ୍ରଧାନ (୩୮) । ଏମାନଙ୍କ ଠାରୁ ଗଞ୍ଜେଇ ସମେତ ଏକ କାର ଓ ଟାଟାଏସିଇ ଗାଡିକୁ ଜବତ କରାଯାଇଛି ।
ପ୍ରକାଶଥାଉକି, ଟାଙ୍ଗୀ ଅବକାରୀ ବିଭାଗ ଛଣଗିରି ରାସ୍ତାର ଫୁଟବଲ ଖେଳପଡିଆ ସମ୍ମୁଖରୁ ନୟାଗଡରୁ ଜଙ୍କିଆ ଅଭିମୁଖେ ଆସୁଥିବା ଓଡି.୦୨ସିକେ-୮୭୪୩ ନଂ ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟାଏସିଇ ଗାଡିକୁ ଅଟକାଇ ଯାଂଚ କରିଥିଲେ । ସେଥିରୁ ୯୬୦କେଜି ଗଞ୍ଜେଇ ଜବତ କରିବା ସହ କାଳୁଚରଣ କୁ ଗିରଫ କରିଥିଲା ।
ସେହିପରି ଖୋରଧା ଅବକାରୀ ବିଭାଗ ପକ୍ଷରୁ ଖୋରଧା ମେଡିକାଲ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଚଢଉ କରି ଏକ କାର ଭିତରୁ ୧ କୁୂଇଁଟାଲ ଗଞ୍ଜେଇ ଜବତ କରିଥିଲେ । ଗାଡିରୁ ମହେଶ ଓ ପ୍ରକାଶ କୁ ଅବକାରୀ ବିଭାଗ ଗିରଫ କରିଛି ।
୨ଟି ଜବତ ଘଟଣାରେ ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ୧ କୋଟି ୨୧ଲକ୍ଷ ହେବ ବୋଲି ଅବକାରୀ ସୁପରିଟେଣ୍ଡ ସୁମତୀ ତ୍ରୀପାଠୀ ଅବକାରୀ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଟାଙ୍ଗୀ ଅବକାରୀ ଚଢଉରେ ଇନ୍ସପେକ୍ଟର ଅଜିତ ପାତ୍ର, ଓଆଇସି ରମେଶ ଚନ୍ଦ୍ର ବାରିକ, ଏଏସ୍ଆଇ ସମ୍ଭୁନାଥ ପାତ୍ର, ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ଅଶେଷ ପ୍ରଧାନ, ମନୋଜ କୁମାର ଜୟସିଂ, ସସ୍ମିତା ସେଠୀ ପ୍ରମୁୂଖ ସାମିଲଥିଲେ ।
ସେହିପରି ଖୋରଧା ଅବକାରୀ ଚଢଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଓଆଇସି ସୁଜିତ କୁମାର ମୁଦୁଲି, ଏଏସ୍ଆଇ ସମରେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ଟିଟୁ ସାହୁ, ଚିନ୍ମୟୀ ସେଠୀ, ସନାନନ୍ଦ କୁଅଁର ଓ ପ୍ରଣବ କୁମାର କଅଁର ପ୍ରମୁଖ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031