Indus Valley Times

ବିବାଦ ଭିତରେ ଅଦଳବଦଳ ହେଲେ ମୁଣ୍ଡାପଡା ଓ ବଘିଆପଡା ଡାଟା ଏଣ୍ଟ୍ରି ଅପରେଟର

 Breaking News

ବିବାଦ ଭିତରେ ଅଦଳବଦଳ ହେଲେ ମୁଣ୍ଡାପଡା ଓ ବଘିଆପଡା ଡାଟା ଏଣ୍ଟ୍ରି ଅପରେଟର

December 16
21:16 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୬/୧୨: ବୌଦ୍ଧବ୍ଲକ୍ ମୁଣ୍ଡାପଡା ସେବା ସମବାୟ ସମିତିରେ ଧାନକ୍ରୟକୁ ନେଇ ବିବାଦ ଲାଗି ରହିଥିବା ବେଳେ ମଙ୍ଗଳବାର ଦିନ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଣ୍ଡାପଡା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଅଶ୍ୱିନୀ ମହାକୁଳଙ୍କୁ ଖରିଫ ଧାନ କ୍ରୟ ପାଇଁ ବଘିଆପଡା ସମିତିକୁ ପଠାଇଥିବା ବେଳେ ବଘିଆପଡା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର କିରଣ କୁମାର ପ୍ରଧାନଙ୍କୁ ମୁଣ୍ଡାପଡା ସମିତିରେ ସମ୍ପାଦକଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବାକୁ ସହକାରୀ ନିବନ୍ଧକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଖରିଫ ଧାନ କ୍ରୟ ପାଇଁ ଚାଷୀଙ୍କ ସ୍ୱାର୍ଥ ଓ ହିତ ଦୃଷ୍ଟିରୁ ଏଭଳି ନିଷ୍ପତ୍ତିି ନିଆ ଯାଇଥିବା ଆଦେଶରେ ଉଲ୍ଲେଖ ରହିଛି । ସହକାରୀ ନିବନ୍ଧକଙ୍କ ଏ ଆଦେଶ ପରେ ମୁଣ୍ଡାପଡା ସମବାୟ ସମିତିର ଧାନ ମଣ୍ଡି ସ୍ୱାଭାବିକ ଅବସ୍ଥାକୁ ଫେରିଆସିବ ବୋଲି ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି ।
ଅବ୍ୟବସ୍ଥା ଘେରରେ ନବନିର୍ମିତ ଡି.ଆଈ.ଇ.ଟି. କ୍ୟାମ୍ପସ
କେବେ ସଂପୂର୍ଣ୍ଣ ହେବ ଡି.ଆଈ.ଇ.ଟି. କ୍ୟାମ୍ପସ: ଅବ୍ୟବସ୍ଥା ଭିତରେ କିଭଳି ପଢ଼ିବେ ଛାତ୍ରଛାତ୍ରୀ ଚିନ୍ତାରେ ଅଭିଭାବକ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୬/୧୨: ବୌଦ୍ଧ ରାଜବାଟୀ ସମ୍ମୁଖରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଈଇଟି) ହରଭଙ୍ଗା ବ୍ଲକ ରାଧାନଗର୍ ଗ୍ରାମ ପଂଚାୟତ ଲାଣ୍ଡିବନ୍ଧ ନିକଟ ନୂତନ କୋଠାକୁ ଉଠିଆସିବା ପରେ ଅନେକ ଅବ୍ୟବସ୍ଥା ଘେରରେ ରହିଛି । ପ୍ରତିଷ୍ଠାନର ପାଚେରୀ ଏ ଯାଏଁ ନିର୍ମାଣ ସଂପୂର୍ଣ୍ଣ ହୋଇପାରିନାହିଁ କି ଭିନ୍ନକ୍ଷମ ମାନଙ୍କ ପାଇଁ ରାଂପ୍ ନିର୍ମାଣ ମଧ୍ୟ ହୋଇ ପାରିନାହିଁ । କାର୍ଯ୍ୟରତ କୌଣସି କର୍ମଚାରୀଙ୍କ ପାଇଁ କ୍ୱାଟର୍ ମଧ୍ୟ ନଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଦୀର୍ଘଦିନ ହେଲା ପ୍ରତିଷ୍ଠାନର ସ୍ଥାୟୀ ଅଧ୍ୟକ୍ଷ ମଧ୍ୟ ନାହାନ୍ତି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଅଧ୍ୟକ୍ଷ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି । ବର୍ତ୍ତମାନ ସିଟି ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ଅନୁଷ୍ଠିତ ହେବ ଓ କିଭଳି ଭାବେ ଏତେ ଅବ୍ୟବସ୍ଥା ମଧ୍ୟରେ ପିଲାମାନେ ପାଠ ପଢିବେ ତାହା ଚିନ୍ତାର ବିଷୟ ପାଲଟିଛି । ଛାତ୍ରୀ ମାନଙ୍କ ପାଇଁ ଛାତ୍ରୀବାସ ନିର୍ମାଣ କାର୍ଯ୍ୟ ଅସଂପୂର୍ଣ୍ଣ ରହିଛି । ପିଲାମାନେ ନାମ ଲେଖା ପରେ କେଉଁଠି ରହିବେ ଓ ସବୁଠାରୁ ବଡ଼ ସମସ୍ୟା ହେଲା ଏ ସ୍ଥାନକୁ ଯୋଗାଯୋଗ ମାଧ୍ୟମ ନାହିଁ । ନୂତନ କୋଠାକୁ ସ୍ଥାନାନ୍ତର କରାଯିବା ପୂର୍ବରୁ ପ୍ରଶାସନ ଏ ଦିଗରେ ଚିନ୍ତା କରିବା ଉଚିତ୍ ଥିଲା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଶିକ୍ଷାଦାନ ଆରମ୍ଭ ହେବା ପୂର୍ବରୁ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ ସଂପୂର୍ଣ୍ଣ ଦିଗରେ ପ୍ରଶାସନ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031