Indus Valley Times

ବିବାହ ଉତ୍ସବରୁ ମହାଯାତ୍ରା, କୂଅରେ ଖସିପଡ଼ି ୧୩ ମୃତ

 Breaking News

ବିବାହ ଉତ୍ସବରୁ ମହାଯାତ୍ରା, କୂଅରେ ଖସିପଡ଼ି ୧୩ ମୃତ

ବିବାହ ଉତ୍ସବରୁ ମହାଯାତ୍ରା, କୂଅରେ ଖସିପଡ଼ି ୧୩ ମୃତ
February 17
08:47 2022

କୁଶୀନଗର, ୧୭/୨: ଗତରାତିରେ ପୂର୍ବାଞ୍ଚଳ ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲା ଅନ୍ତର୍ଗତ ଗୋଟାଏ ଗ୍ରାମରେ ଏକ ବିବାହ ଅନୁଷ୍ଠାନ ବେଳେ ଆକସ୍ମିକ ଭାବେ କୂଅରେ ପଡ଼ିଯିବାରୁ କେତେକ ମହିଳା ଓ ପିଲାଙ୍କ ସମେତ ୧୩ଜଣଙ୍କର ମୃତ୍ୟୁ ଘଟିଛି।
ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଗୋଟାଏ ପୁରାତନ କୂଅକୁ ଢଙ୍କାଯାଇଥିବା ସ୍ଲାବ୍ ଉପରେ ଉକ୍ତ ମହିଳା ଓ ପିଲାମାନେ ବସିଥିଲେ। ଓଜନ ସହ୍ୟ କରି ନ ପାରି ପୁରୁଣା ସ୍ଲାବ୍ ଖଣ୍ଡିକ ଧସି ଯିବାରୁ ତା’ଉପରେ ବସିଥିବା ଲୋକେ କୂଅ ମଧ୍ୟକୁ ଖସିପଡ଼ିଥିଲେ। ସେମାନଙ୍କୁ କୂଅରୁ ବାହାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୧୧ଜଣଙ୍କୁ ମୃତ ଘୋଷିତ କରାଯାଇଥିଲା। ଉକ୍ତ ଅଘଟଣରେ ୨ଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି।
ହସ୍ପିଟାଲ୍ରୁ ପ୍ରାପ୍ତ ଭିଡିଓ ଦୃଶ୍ୟରେ ଦେଖାଯାଉଛି, ବିବାହ ଉତ୍ସବ ପାଇଁ ବେଶପୋଷାକ ସାଜିଥିବା ଲୋକେ ଉପରୋକ୍ତ ଦୁଃଖଦ ଘଟଣାରେ ହରାଇଥିବା ପ୍ରିୟପରିଜନଙ୍କ ପାଇଁ ଶୋକାତୁର ହୋଇ କାନ୍ଦବୋବାଳି ପକାଉଛନ୍ତି।
ଜିଲ୍ଲା ମାଜିଷ୍ଟ୍ରେଟ୍ ଏସ୍. ରାଜଲିଙ୍ଗମ୍ ଗଣମାଧ୍ୟମକୁ କହିଛନ୍ତି, ଆକସ୍ମିକ ଭାବେ କୂଅରେ ପଡ଼ିଯିବାରୁ ୧୧ଜଣଙ୍କର ମୃତ୍ୟୁ ଘଟିବା ଏବଂ ଆଉ ୨ଜଣ ଲୋକ ସାଙ୍ଘାତିକ ଆହତ ହୋଇଥିବା ସୂଚନା ପାଇଛୁ। ଏକ ବିବାହ ଅନୁଷ୍ଠାନ ବେଳେ ଅଘଟଣଟି ଘଟିଛି। ଗୋଟାଏ କୂଅ ଉପରେ ପଡ଼ିଥିବା ସ୍ଲାବ୍ ଉପରେ କେତେକ ବ୍ୟକ୍ତି ବସିଥିଲେ। ଅତ୍ୟଧିକ ଓଜନ ହେତୁ ସ୍ଲାବ୍ଟି ଧସି ଯାଇଥିଲା।
ଉକ୍ତ ଅଘଟଣରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ଉପରୋକ୍ତ ବିୟୋଗାନ୍ତ ଘଟଣା ଲାଗି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟର୍ରେ ଉଲ୍ଲେଖ ଅଛି ଯେ, ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ ଅଭିଯାନ ବ୍ୟବସ୍ଥା କରିବା ଲାଗି ସେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦେବା ସହିତ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି।
ପରେ ଗୋରଖପୁର ଜୋନ୍ ‘ଡିଜିପି’ ଅଖିଳ କୁମାର ଗଣମାଧ୍ୟମକୁ କହିଛନ୍ତି, ସମ୍ପ୍ରତି ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଘଟଣାଟି ଗତରାତି ପ୍ରାୟ ୮.୩୦ରେ କୁଶୀନଗର ଜିଲ୍ଲାର ନେବୁଆ ନୌରଙ୍ଗିଆରେ ଘଟିଥିଲା।
ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଘଟଣା ଉକ୍ତ ଘଟଣାରେ ଶୋକବ୍ୟକ୍ତ କରି କହିଛନ୍ତି, ଉତ୍ତର ପ୍ରଦେଶର କୁଶୀନଗରରେ ହୋଇଥିବା ଅଘଟଣ ହୃଦୟବିଦାରକ। ଏଥିରେ ଯେଉଁ ଲୋକମାନଙ୍କୁ ପ୍ରାଣ ହରାଇବାକୁ ପଡ଼ିଲା, ତାଙ୍କର ପ୍ରିୟପରିଜନଙ୍କ ପ୍ରତି ମୋର ଗଭୀର ସମବେଦନା। ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି।
ଅଘଟଣ ବିଷୟରେ ଅଧିକ ତଦନ୍ତ ଚାଲିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031