Indus Valley Times

ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି : ଶିବରାତ୍ରିରେ ଲୋକାର୍ପିତ ହେବ ଧ୍ୟାନମଗ୍ନ ଶିବମୂର୍ତ୍ତି

 Breaking News

ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି : ଶିବରାତ୍ରିରେ ଲୋକାର୍ପିତ ହେବ ଧ୍ୟାନମଗ୍ନ ଶିବମୂର୍ତ୍ତି

ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି : ଶିବରାତ୍ରିରେ ଲୋକାର୍ପିତ ହେବ ଧ୍ୟାନମଗ୍ନ ଶିବମୂର୍ତ୍ତି
February 01
10:46 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧/୨ : ଯାଜପୁର ଦେଶର ଅନ୍ୟତମ ପୁରାତନ, ଐତିହାସିକ, ସାଂସ୍କୃତିକ ସହର । ଦେଶର ବିଭିନ୍ନ ଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ।
ଗଙ୍ଗାଠାରୁ ବି ପବିତ୍ର ବୈତରଣୀ ନଦୀ ଏହି ସହର ଦେଇ ପ୍ରବାହିତ । ଏ ମାଟିର ମହକ ଭିନ୍ନ, ଏ ମାଟିର ପବିତ୍ରତା ଭିନ୍ନ, ଏ ମାଟିର ଗରିମା ବି ଭିନ୍ନ ।
ଏ ମାଟିରେ ଭରି ରହିଛି ପବିତ୍ରତା । ମାଙ୍କ ନାମରେ ସବୁ କାର‌୍ୟ୍ୟ ଆରମ୍ଭ ହୁଏ । ଏହି ମାଟିର ପୌରାଣିକ ଗାଥା ବେଶ ପ୍ରାଚୀନ ଓ ନିଆରା ।
ନିକଟ ଅତୀତରେ ଏହି ସହର ନୂଆ ବିକାଶରେ ପାଦ ଥାପିଛି । ପୁରୁଣା ସହରର ନବ କଳେବର ହେଉଛି । ବିଭିନ୍ନ ପ୍ରକଳ୍ପ ମଧ୍ୟରେ ନିର୍ମାଣ ହେଉଛି ଧ୍ୟାନମଗ୍ନ ଶିବଙ୍କ ବିଶାଳ ମୂର୍ତ୍ତି । ଯାହା ହେବାକୁ ଯାଉଛି ବିଶ୍ୱର ସର୍ବ ବୃହତ ଧ୍ୟାନମଗ୍ନ ଶିବ ମୂର୍ତ୍ତି ।
ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ବରାହ ପୀଠ ନିକଟରେ ନିର୍ମାଣ ହେଉଛି ଏହି ବିଶାଳ ମୂର୍ତ୍ତି । ଯାହାର ନିର୍ମାଣ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ମୂର୍ତ୍ତି ର ଉଚ୍ଚତା ରହିଛି ୧୮୩ ଫୁଟ । ଭୂମିକୁ ଛାଡି ୩୦ ଫୁଟ ଉଚ୍ଚରୁ ନିର୍ମାଣ ହେଉଛି ଏହି ମୂର୍ତ୍ତି । ଦିଲ୍ଲୀର ମାତୁରାମ ଆର୍ଟ ସଂସ୍ଥା ଏହି ମୂର୍ତ୍ତି ନିର୍ମାଣ ଦାୟିତ୍ୱ ନେଇଛି । ଲୁହା ଓ ଫାଇଭର ରେ ଏହି ମୂର୍ତ୍ତି ନିର୍ମାଣ ହେଉଥିଲା ବେଳେ ଏହାକୁ ଖରା ବର୍ଷାରୁ ସୁରକ୍ଷିତ ରଖିବାକୁ ତମ୍ବାରେ ଆଚ୍ଛାଦିତ କରାଯିବ।
ଏହି ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଜଣାଯାଇଛି । ମୂର୍ତ୍ତି ନିର୍ମାଣ ପରେ ଏହା ପର‌୍ୟ୍ୟଟକଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହେବାକୁ ଯାଉଥିଲା ବେଳେ ପର‌୍ୟ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ମୂର୍ତ୍ତି ଚତୁରପାର୍ଶ୍ଵ ରେ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ନିର୍ମାଣ ହେଉଛି ।
ଆଗାମୀ ମହାଶିବରାତ୍ରିରେ ଏହା ଲୋକାର୍ପିତ ହେବ ବୋଲି ଜଣାଯାଇଛି । କାମ ପ୍ରାୟ ଶେଷ ପର‌୍ୟ୍ୟାୟରେ ପହଞ୍ଚି ଥିଲାବେଳେ ସମସ୍ତଙ୍କ ନଜର ଧ୍ୟାନମଗ୍ନ ଶିବଙ୍କ ମୂର୍ତ୍ତି ଉପରେ କେନ୍ଦ୍ରୀଭୂତ ହୋଇଛି ।
ଧନ୍ୟବାଦ ପାତ୍ର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ୟମ ଓ ଇଂ ତାରାପ୍ରସାଦ ମିଶ୍ର ଙ୍କ ପ୍ରଚେଷ୍ଟା ସାଧାରଣ ରେ ବେଶ ପ୍ରଶଂସନୀୟ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031