Indus Valley Times

ବିଲରୁ ମିଳିଲା ମା ଓ ପୁଅଙ୍କ ମୃତଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

 Breaking News

ବିଲରୁ ମିଳିଲା ମା ଓ ପୁଅଙ୍କ ମୃତଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

ବିଲରୁ ମିଳିଲା ମା ଓ ପୁଅଙ୍କ ମୃତଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ
June 14
12:12 2022

ଆନନ୍ଦପୁର ୧୪/୬: ଚାଷ ଜମିରୁ ମା-ପୁଅଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁରୁ ଠାବ ହୋଇଛି ମୃତଦେହ ।
ମୃତ ପୁଅଙ୍କ ନାମ ସନ୍ତା ଦାସ ଓ ମା ଜେମା ଦାସ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ନନ୍ଦିପଦା ଥାନା ଜାବିନପୁର ଗାଁରେ ଏକ ବିଲରେ ମା-ପୁଅଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ ।
ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ନନ୍ଦିପଦା ଥାନା ଶାଳନିଆଁ ପଞ୍ଚାୟତ ମନହରପୁର ଗାଁରେ ରୁହନ୍ତି ।
ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି ଏହି ଅଞ୍ଚଳରେ ଭିକ ମାଗି ଗୁଜୁରାଣ ମେଣ୍ଟାଉଥିଲେ। ତେବେ କିଭଳି ଓ କାହିଁକି ଉଭୟ ମୃତ୍ୟୁ ହେଲା, ତାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031