Legatus

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ; ଘରୋଇ ହସ୍ପିଟାଲରେ ଭର୍ତ୍ତି

 Breaking News

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ; ଘରୋଇ ହସ୍ପିଟାଲରେ ଭର୍ତ୍ତି

August 24
09:48 2023

ଭୁବନେଶ୍ୱର,୨୪/୮: ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।
ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ । ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର‌୍ୟ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସାମିଲ ଥିଲେ । ଉଲ୍ଲେଖ ଥାଉ କି ସଂଗୀତ ଜଗତକୁ ଅସଂଖ୍ୟ ମନଛୁଆଁ ଓ ଭାବପୂର୍ଣ୍ଣ ସଂଗୀତରେ ସମୃଦ୍ଧିଶାଳୀ କରିଛନ୍ତି ସଂଗୀତ ଜଗତର ଦିଗ୍ଗଜ ପ୍ରଣବ ପଟ୍ଟନାୟକ ।ମାଝିରେଟ୍ଟ ହେଉ ଅବା ‘ଇନ୍ଦ୍ରଧନୁର ସପ୍ତରଙ୍ଗଟ୍ଟ। ‘ମଣିମା ଶୁଣିମାଟ୍ଟହେଉ ଅବା ‘ସୀମା ହୀନ ଦରିଆଟ୍ଟ। ମଞ୍ଚ ହେଉ ଅବା ଆକାଶବାଣୀ, ଆଲବମ୍ ହେଉ ଅବା ଚଳଚ୍ଚିତ୍ର, ୩୫୦୦ରୁ ଊର୍ଧ୍ୱ ଗୀତ ଗାଇ ୫ ଦଶନ୍ଧି ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି ଏହି ଶିଳ୍ପୀ ।
୧୯୩୮ ମସିହା ଜାନୁଆରି ୨୦ ତାରିଖରେ କଟକ ବକ୍ସିବଜାର ଯାଚକ ଲେନ୍ରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ ୮୬ଟି ବସନ୍ତକୁ ଅତିକ୍ରମ କରିଛନ୍ତି। ୧୯୪୮ରେ ସେ ଶିଶୁ ସଂସାରରେ ଗାଇବା ଆରମ୍ଭ କରନ୍ତି। ପରେ ଦିଲ୍ଲୀରେ ଆକାଶବାଣୀ ପକ୍ଷରୁ ଏକ ସଂଗୀତ ପ୍ରତିଯୋଗିତାରେ ବି ପ୍ରଥମ ସ୍ଥାନ ଅଧିକାର କରିବାରୁ ବିନା ଅଡିସନ୍ରେ ସେ ଆକାଶବାଣୀରେ ଗାଇବାର ସୁଯୋଗ ପାଇଲେ। ପରେ ମା’ ଚଳଚ୍ଚିତ୍ରରେ ସେ ଗାଇବା ଆରମ୍ଭ କରିଥିଲେ। ପିଲାବେଳୁ ବାପାଙ୍କ ‘ଜୀବନ ଚମ୍ପୁ’ ଏବଂ ଅନ୍ୟ ସଂଗୀତ ବହି ପଢ଼ିଥିବା ବେଳେ ସୁକୀର୍ତି ପଟ୍ଟନାୟକଙ୍କଠାରୁ ଗୀତ ଶିଖି ଆଗକୁ ବଢ଼ିଥିଲେ। ପରେ ‘କେ ଏଲ୍ ସାଇଗଲ୍ଙ୍କ ଗୀତ ଶୁଣିବାକୁ ସେ ଭଲ ପାଉଥିବାରୁ ତାଙ୍କୁ ପ୍ରଥମ ଗୁରୁ ଭାବେ ଗ୍ରହଣ କରିଥିଲେ ପରେ ଶାସ୍ତ୍ରୀୟ ସଂଗୀତ ଗୁରୁ ଥିଲେ ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ। ଏହା ପରେ ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଶାନ୍ତନୁ ମହାପାତ୍ର ଓ ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରଣବଙ୍କ ସଂଗୀତ ସାମ୍ରାଜ୍ୟକୁ ଆଗେଇ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930