Indus Valley Times

ବିଶ୍ବର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା କବଳରେ ଫିଲିପାଇନ୍ସ, ତିନିଥର ସ୍ଥଳଭାଗ ଛୁଇଁଲା

 Breaking News

ବିଶ୍ବର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା କବଳରେ ଫିଲିପାଇନ୍ସ, ତିନିଥର ସ୍ଥଳଭାଗ ଛୁଇଁଲା

ବିଶ୍ବର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା କବଳରେ ଫିଲିପାଇନ୍ସ, ତିନିଥର ସ୍ଥଳଭାଗ ଛୁଇଁଲା
December 16
18:25 2021

ମାନିଲା,୧୬/୧୨ : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ ଏକ ଅତ୍ୟନ୍ତ ବିନାଶକାରୀ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଛି । ଏହି ବାତ୍ୟାର ଅନ୍ତର୍ଜାତୀୟ ନାଁ ହେଉଛି ରାଇ ଓ ଫିଲିପାଇନ୍ସରେ ଏହାକୁ ଓଡେଟ୍ କୁହାଯାଉଛି । ଏହା ଏକ କ୍ୟାଟେଗୋରି-୫ ବାତ୍ୟା ହୋଇଥିବାବେଳେ ଏହାକୁ ବିଶ୍ବରେ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଉଛି ।
ବୁଧବାର ଭାରତୀୟ ସମୟ ପୂର୍ବାହ୍ଣ ୧୧ଟାରେ ଏହା ପ୍ରଥମ ଥର ପାଇଁ ସିଆରଗୋ ଦ୍ବୀପରେ ସ୍ଥଳଭାଗ ଛୁଇଁଥିଲା । ଏହାକୁ ମିଶାଇ ବାତ୍ୟାଟି ମୋଟ ୩ ଥର ସ୍ଥଳଭାଗ ଛୁଇଁସାରିଲାଣି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୯୫ କିଲୋମିଟର ରହିଥିବାବେଳେ ଏହା ଘଣ୍ଟା ପ୍ରତି ୨୭୦ କିଲୋମିଟର ବେଗରେ ଶକ୍ତିଶାଳୀ ଝଟକା ଦେଇଥିଲା ବୋଲି ଫିଲିପାଇନ୍ସର ପାଣିପାଗ ବିଭାଗ ପାଗାସା ପକ୍ଷରୁ କୁହାଯାଇଛି । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ରାଇ ଫିଲିପାଇନ୍ସରେ ଧ୍ବଂସଲୀଳା ରଚାଇଛି । ତେବେ ବାତ୍ୟାର ପ୍ରକୋପ ଏବେ ବି ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳରୁ ପ୍ରାୟ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ନିରାପଦ ସ୍ଥାନକୁ ନିଆଯାଇଥିଲା । ଲୋକଙ୍କ ଉଦ୍ଧାର ପାଇଁ ଫିଲିପାଇନ୍ସ ସରକାର ନୌସେନା ଓ କୋଷ୍ଟଗାର୍ଡକୁ ମୁତୟନ କରିଛନ୍ତି । ଫିଲିପାଇନ୍ସ ପ୍ରାୟ ପ୍ରତିବର୍ଷ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଥିବାବେଳେ ଏହି ବାତ୍ୟାଟି ସବୁଠାରୁ ଶକ୍ତିଶାଳୀ ଥିବା କୁହାଯାଉଛି ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031