Indus Valley Times

ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବ ଓଡିଶା : ମୁଖ୍ୟମନ୍ତ୍ରୀ

 Breaking News

ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବ ଓଡିଶା : ମୁଖ୍ୟମନ୍ତ୍ରୀ

ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବ ଓଡିଶା : ମୁଖ୍ୟମନ୍ତ୍ରୀ
October 03
16:31 2024

ଭୁବନେଶ୍ୱର/ନୂଆଦିଲ୍ଲୀ,୩/୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିଥିଲେ।
ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ଥିଲେ। ତେବେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସୁଯୋଗ ନେଇ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଆଲୋଚନା ପରେ ବଡ଼ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଞ୍ଜି ବିନିଯୋଗ ନେଇ ସକାରାତ୍ମକ ଆଲୋଚନା ହୋଇଛି। କିପରି ଅଧିକ ବିଦେଶୀ ପୁଞ୍ଜି ନିବେଶ ହେବ ସେନେଇ ଆଲୋଚନା ହୋଇଛି। ଆଲୋଚନା ଫଳପ୍ରଦ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି। ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲ୍‌ସ,ଆଇଟିରେ ବିନିଯୋଗ ସମ୍ଭାବନା ଅଧିକ ରହିଛି। ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଏହା ଦୃଢ଼ ମୂଳଦୁଆ ପକାଇବ। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶାରେ ଶିଳ୍ପ ହବ୍ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031