Indus Valley Times

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

 Breaking News

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ
July 06
20:52 2024

ନୂଆଦିଲ୍ଲୀ,,୬/୭: ଜିମ୍ବାୱେ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟଚ୍ରେ ୧୩ ରନ୍ରେ ପରାଜିତ ହୋଇଛି। ଦୁଇ ଦଳ ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର‌୍ୟ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୧୬ରନ୍ ରହିଥିଲା।
ଧାର‌୍ୟ୍ୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ୧୯.୫ ଓଭରରେ ୧୦ ୱିକେଟ ହରାଇ ୧୦୨ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁଭମାନ ଗିଲ ୩୧ ରନ୍ କରିଥିବାବେଳେ ଋତୁରାଜ ଗାଇକୱାଡ ୭ ରନ୍ କରିଥିଲେ। ସେହିପରି ରିୟାନ ପରାଗ ୨ , ଧ୍ରୁଭ ଜୁରେଲ ୭ , ୱାଶିଂଟନ୍ ସୁନ୍ଦର ୨୭ , ରବି ବିଶ୍ନୋଇ ୯ , ଆବେଶ ଖାନ ୧୬ ରନ୍ କରିଥିଲେ। ୩ ଜଣ ବ୍ୟାଟସ୍ ମ୍ୟାନ୍ କୌଣସି ରନ୍ ନ କରି ପାଭିଲିୟନ ଫେରିଥିଲେ।
ଅପରପକ୍ଷରେ ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେର୍ ୨୧ ରନ୍ କରିଥିବାବେଳେ ବ୍ରାଏନ୍ ବେନେଟ୍ ୨୩ ରନ୍ କରିଥିଲେ। ସେହିପରି ସିକନ୍ଦର ରଜା ୧୭ , ଡିଅନ୍ ମାୟର୍ସ ୨୩, କ୍ଲିଭ ମାଡାଣ୍ଡେ ୨୯ , ଲୁକ ଜୋଙ୍ଗୱେ ୧ ରନ୍ କରିଥିଲେ। ୪ ଜଣ ବ୍ୟାଟସ୍ ମ୍ୟାନ୍ କୌଣସି ରନ୍ ନ କରି ପାଭିଲିୟନ ଫେରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031