Legatus

ବିଶ୍ୱ ପରିବେଶ ଦିବସ ଅବସରରେ ଡିଏଭି ପୋଖରୀପୁଟର ନୀରବ ପ୍ରାର୍ଥନା

 Breaking News

ବିଶ୍ୱ ପରିବେଶ ଦିବସ ଅବସରରେ ଡିଏଭି ପୋଖରୀପୁଟର ନୀରବ ପ୍ରାର୍ଥନା

June 05
21:00 2023

By Our Correspondent

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଡିଏଭି ପୋଖରୀପୁଟ ପରିବାର ତରଫରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟର ବିଭିନ୍ନ କର୍ମକର୍ତ୍ତା , ଏନ୍‌.ସି.ସି ,  ସ୍କାଉଟ୍‌ , ଗାଇଡ଼ ,ରେଡ଼କ୍ରସ  ବିଭାଗ ଦାୟିତ୍ୱରେ ଥିବା ସମସ୍ତ କେଡ଼େଟ୍‌  ଓ  ଶିକ୍ଷକ-ଶିକ୍ଷୟିତ୍ରୀ ସମୂହ ବିଦ୍ୟାଳୟ ପରିସରରେ ଉପସ୍ଥିତରହି  ମହମବତି ଜାଳି ମାନନୀୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ଦୁଇମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ ।

ଏହି ଅବସରରେ ୧୯୭୪  ମସିହା ଜୁନ୍‌ ୫ରୁ ପ୍ରତିବର୍ଷ ନିରବଚ୍ଛିନ୍ନଭାବେ ପାଳିତ ହୋଇ ଆସୁଥିବା ‘ବିଶ୍ୱ ପରିବେଶ ଦିବସ’ କାର୍ଯ୍ୟକ୍ରମକୁ ଇକୋ କ୍ଲବ୍‌ ଆନୁକୂଲ୍ୟରେ ପାଳନ କରାଯାଇଥିଲା  । ଏକାଦଶ ଶ୍ରେଣୀର ଛାତ୍ରୀ ଶ୍ରୀସିକ୍ତା ରଥ ଚଳିତ ବର୍ଷ ପରିବେଶ ଦିବସର ବିଷୟବସ୍ତୁ ‘‘ ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’’ ଶୀର୍ଷକ ନିଜର ପ୍ରବନ୍ଧ ପାଠ କରିଥିବାବେଳେ ଛାତ୍ର ଅଜିତାଭ୍‌ ରଣସିଂହ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ନିଜ ଅଭିଭାଷଣରେ ବିଦ୍ୟାର୍ଥୀଙ୍କୁ ସେବା ମନଭାବାପନ୍ନ ହୋଇ ବିପନ୍ନର ଉଦ୍ଧାର ପ୍ରତି ସର୍ବଦା ଆଗ୍ରହ ପ୍ରକାଶ କରିବାକୁ  ଆହ୍ୱାନ ଦେଇଥିଲେ । ସହ ଆଞ୍ଚଳିକ ଅଧିକାରୀ  ଡ.ସୁଜାତା  ରେଳ ଦୁର୍ଘଟଣାରେ ମର୍ମାହତ ପରିବାର ବର୍ଗଙ୍କ ପ୍ରତି ଡିଏଭି ପରିବାର ତରଫରୁ ସମବେଦନା ଜ୍ଞାପନ କରିବା ସହିତ ପ୍ଲାଷ୍ଟିକ ପୋଲିଥିନ୍‌ ବ୍ୟବହାର ନକରିବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିରୀକ୍ଷକ -ନିରୀକ୍ଷିକା ଓ ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930