Indus Valley Times

ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଉଦଯାପିତ

 Breaking News

ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଉଦଯାପିତ

November 06
11:22 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ /ସାହାଜପାଳ , ୬/୧୧ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ତକ୍ଷଳସରଡ଼ା ପଂଚାୟତ ଡମ୍ବରୁଗଡ଼ କଂକଲା ଶ୍ରୀ ସିଦ୍ଧଗୁରୁ ବାବା ମଠଠାରେ ମଠର ମହନ୍ତ ସର୍ବେଶ୍ୱର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଗତ ଦୁଇ ତାରିଖରୁ ଆରମ୍ଭ ହୋଇ ପ୍ରତ୍ୟେକ ଦିନ ସକାଳ ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ଗୋ ପୂଜନ ଓ ଘୃତ ଯଜ୍ଞ, ପ୍ରବଚନ, ଅନ୍ନ ଯଜ୍ଞ ଅନୁଷ୍ଠିତ ହେଉଥିଲା କ୍ଷ
ଯଜ୍ଞର ମୁଖ୍ୟ ମାର୍ଗଦର୍ଶକ ଭାବେ ଚେନାଇ ସତ୍ୟ ଚେତନା ଆଶ୍ରମର ସଦଗୁରୁ ସ୍ୱାମୀ ଆତ୍ମନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଉଦ୍ୟକ୍ତା ମାନସ ସୁନ୍ଦର ଶତପଥି ଯଜ୍ଞର ମୁଖ୍ୟ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ସହିତ ଅଂଚଳର ୨୬ ଯୋଡି ଯଜ୍ଞ କର୍ତ୍ତା ଓ କତ୍ରୀ ଅଂଶ ଗ୍ରହଣ କରିଥିଲେ କ୍ଷ
ମୁଖ୍ୟ ଯଜ୍ଞ ଆଚାର୍ଯ୍ୟ ଭାବେ ବାମନ ଦାଶ, ଯଜ୍ଞ ପରିଚାଳକ ସର୍ବେଶ୍ୱର ମହାପାତ୍ରଙ୍କ ସମେତ ୧୮ ଜଣ ଚତୁର୍ବେଦୀ କର୍ମକାଣ୍ଡୀ ଆଚାର୍ଯ୍ୟ ଯଜ୍ଞ କାର‌୍ୟ୍ୟ ତୁଲେଇ ଥିଲେ କ୍ଷ
ସୁଦୂର ଆମେରିକା ମୂଳ ନିବାସୀ ତଥା ବର୍ତ୍ତମାନ ଚେନାଇ ସତ୍ୟ ଚେତନା ଆଶ୍ରମର ଦାୟିତ୍ୱରେ ଥିବା ବିଷୁ ଦାସ, ବିଶୁପ୍ରିୟା ଦାସ ଓ ତୁଳସୀ ଦାସ ଅଂଶ ଗ୍ରହଣ କରିଥିଲେ କ୍ଷ
ଏହି ଅବସରରେ ବେଦ ମାହାତ୍ମ୍ୟ ଉପରେ ପ୍ରବଚନ କାର୍ଯ୍ୟକ୍ରମରେ ସ୍ୱାମୀ ଆତ୍ମନନ୍ଦଜୀ ମହାରାଜ,ଅବସରପ୍ରାପ୍ତ ନିର୍ଦ୍ଦେଶକ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତଥା କୁଳପତି ବେଦ ବିଜ୍ଞାନ ବିଶ୍ଵବିଦ୍ୟାଳୟ ତିରୁବନ୍ତମଲାଇ ଚେନାଇର ଡ଼ ହରିହାର କାନୁନଗୋ,ଭୁବନେଶ୍ୱରର ଅଧିବକ୍ତା, ଲେଖକ ତଥା ସାହିତ୍ୟିକ ଡ଼ ଲଳିତ ନାରାୟଣ ରଥ,ରାଧା ମାଧବ ଆଶ୍ରମର ମୁଖ୍ୟ ଆଚାର୍ଯ୍ୟ ଆଦିତ୍ୟ ଦାସ,ପୂର୍ବ ଯଜ୍ଞ କମିଟି ସଭାପତି ତଥା ପ୍ରବକ୍ତା ଗୌରୀ ପ୍ରସାଦ ସାହୁ, ବକ୍ତବ୍ୟ ରଖିଥିଲେ କ୍ଷ
ଏହି ଅବସରରେ ଶ୍ରୀ କାନୁନଗୋ ଙ୍କ ଅଧ୍ୟକ୍ଷତାରେ ବୌଦ୍ଧର ଐତିହ୍ୟ,କଳା ସଂସ୍କୃତି, ପରମ୍ପରା,ପର୍ଯ୍ୟଟନ ଉପରେ ଏକ ସ୍ମରଣିକା ପୁସ୍ତକ ପ୍ରକାଶନ ନିମନ୍ତେ ସିଦ୍ଧ ଗୁରୁ ପୀଠରେ ବୌଦ୍ଧ ଇତିହାସ ସଂକଳନ କମିଟି ଗଠନ କରାଯାଇ ଥିଲା କ୍ଷ
ଏଥିରେ ପ୍ରାକ୍ତନ ଓଡ଼ିଆ ଅଧ୍ୟାପକ ବାସୁଦେବ ପାତ୍ର, ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ, ଯୁବ ଗବେଷକ ସତ୍ୟନାରାୟଣ ପାଣି, ଶିକ୍ଷାବିତ ଶମ୍ଭୁ ଗିରି ଓ କୃତ୍ତିବାସ ପଲିଆ ପ୍ରମୁଖ ଭାଗନେଇଥିଲେ କ୍ଷ ଯଜ୍ଞ ପରିଚାଳନା କମିଟି ସଭାପତି ପୟୋଧର ମହାକୁଳ, ଉପ ସଭାପତି ପ୍ରଶାନ୍ତ କୁମାର ସେଠି ଓ ଧନମାଳୀ ଦେହୁରୀ, ସମ୍ପାଦକ ମୟସେନ ରଣା, ସହ ସମ୍ପାଦକ ଶ୍ରୀପତି ମହାକୁଡ଼, କୋଷାଧକ୍ଷ ମନୋଜ କୁମାର ମହାକୁଡ଼, ସହ କୋଷାଧକ୍ଷ ଶିବ କର୍ମୀ,ରମେଶ ପ୍ରସାଦ ସାହୁ,ରବୀନ୍ଦ୍ର କୁମାର ଦେଓ,ବୈକୁଣ୍ଠ ପ୍ରଧାନ,ରାଜୁ ମେହେର, ଦିଲ୍ଲୀପ କୁମାର ସାହୁ, ଶ୍ରୀକ୍ଷେତ୍ର ମହାକୁଡ଼, ଦୁଷ୍ମନ୍ତ କୁମାର ପୃଷ୍ଟି , ପିଣ୍ଟୁ ମହାକୁଡ଼, ଗଜାନନ ଗାଈଗୋୖରିଆ, ଦୁର୍ଭାସା ମହାକୁଡ଼, ପୂର୍ଣ୍ଣ ଚନ୍ଦ୍ର ଭୋଇ,ଶଶୀ ମହାକୁଡ଼,ବସନ୍ତ ଭୋଇ, ପ୍ରଦୀପ ଦେହୁରୀ, ବିରେନ ମହାକୁଡ଼, ସୁବାସ ଚନ୍ଦ୍ର ଗୁରୁ, ଗଙ୍ଗାଧର ମହାକୁଡ଼, ଶମ୍ଭୁ ଗିରି,କୃତ୍ତିବାସ ପଲିଆ ସାମ୍ବାଦିକ ମହେଶ ପ୍ରସାଦ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031