Indus Valley Times

ବିସ୍ଫୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା,ତଦନ୍ତ ଲାଗି ପହଞ୍ଚିଲେ ଫରେନସିକ୍ ଟିମ୍

 Breaking News

ବିସ୍ଫୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା,ତଦନ୍ତ ଲାଗି ପହଞ୍ଚିଲେ ଫରେନସିକ୍ ଟିମ୍

September 28
15:44 2021

ପିପିଲି,୨୮/୯: ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ଥାନାର ଛାତ ଭୁଷୁଡି ପଡିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଛି। ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଆଇଆଇସି ଅଫିସ ସମେତ ହାଜତ ମଧ୍ୟ ମାଟିରେ ମିଶିଛି। କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପୁରୀ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ପରେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚିଚି ଘଟଣାର ତଦନ୍ତ କରୁଛନ୍ତି ।
ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି।ଘଟଣାର ତଦନ୍ତ ଲାଗି ସେଠାରେ ଫରେନସିକ୍ ଟିମ୍ ପହଞ୍ଚିଛନ୍ତି।
ବଳଙ୍ଗା ଥାନା ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି କହିଛନ୍ତି, ମାଲଖାନାରେ ଥିବା ବ୍ୟାଟେରିଗୁଡ଼ିକର ସର୍ଟସର୍କିଟରୁ ଏହି ବିସ୍ଫୋରଣ ଘଟିଥିଲା।
ପୁରୀ ଏସପି ଡକ୍ଟର କେ ବିଶାଲ ସିଂହ କହିଛନ୍ତି, ମାଲଖାନାରେ କିଛି ସଂରକ୍ଷିତ ଜିନିଷ (ବାଣ କିମ୍ବା କମ୍ ତୀବ୍ରତା ଥିବା ବିସ୍ଫୋରକ) କାରଣରୁ ବିସ୍ଫୋରଣ ଘଟିଛି। ବିସ୍ଫୋରଣର କାରଣ କଣ, ତାହା ଜାଣିବା ପାଇଁ ବିସ୍ତୃତ ଅନୁସନ୍ଧାନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031