Indus Valley Times

ପୂର୍ବତନ ସରପଞ୍ଚ ଆଜି ଖୋଲା ଆକାଶ ତଳେ ଶଯ୍ୟାଶାୟୀ!

 Breaking News

ପୂର୍ବତନ ସରପଞ୍ଚ ଆଜି ଖୋଲା ଆକାଶ ତଳେ ଶଯ୍ୟାଶାୟୀ!

July 05
22:00 2021

ରଶ୍ମି ରଞ୍ଜନ ପରିଡାଙ୍କ ରିପୋର୍ଟ
ଗଣିଆ :୫/୭ ଘର ବାଣ୍ଟିବା ଲୋକର ଘରଟିଏ ନାହିଁ, ଏହା ବାସ୍ତବରେ ଦେଖା ଦେଇଛି ନୟାଗଡ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଲକର ଛାମୁଣ୍ଡିଆ ପଂଚାୟତର ପୂର୍ବତନ ସରପଞ୍ଚ ଅର୍ଜୁନ ସାମଲଙ୍କ ସଚୋଟ ତଥା ସରଳ ଜୀବନରେ !୧୯୮୨ରୁ ୧୯୮୭ପର‌୍ୟ୍ୟନ୍ତ ଛାମୁଣ୍ଡିଆ ପଞ୍ଚାୟତର ସରପଞ୍ଚ ଅର୍ଜୁନ ସାମଲ ଗଣିଆ ବ୍ଲକର ସମସ୍ତ ସରପଞ୍ଚଙ୍କ ଠାରୁ ନିଆରା ! ଗଣିଆ ବ୍ଲକରେ ଯେତେ ସରପଞ୍ଚ ଥିଲେ ସେତେବେଳେ ତାଙ୍କର କାର‌୍ୟ୍ୟ ଦକ୍ଷତା ଯୋଗୁଁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କର ସେ ପ୍ରିୟପାତ୍ର ଥିଲେ !ତାଙ୍କ ସମୟରେ ଯାହାବି ଏହି ପଞ୍ଚାୟତରେ ବିକାଶ ଓ ଉର୍ନ୍ନତି ହୋଇଛି ତାହା ଅନ୍ୟ ସରପଞ୍ଚ ତୁଳନାରେ ନିଆରା ! ସେ ବିଧାୟକ ତଥା ମନ୍ତ୍ରୀଙ୍କର ପ୍ରିୟପାତ୍ର ଯୋଙ୍ଗୁ ଗଣିଆ ବ୍ଲକର ସମସ୍ତ ସରପଞ୍ଚଙ୍କ ଠାରୁ ଅଧିକ କାର‌୍ୟ୍ୟକ୍ରମ କରିଥାନ୍ତି ! ତାଙ୍କ ସମୟରେ ଇନ୍ଦିରା ଆବାସ ଯୋଜନାରେ କେତେ ଯେ ବାସହୀନ ଲୋକ ଘର ପାଇଛନ୍ତି ତାହାର ହିସାବ ନାହିଁ ମାତ୍ର ବର୍ତମାନ ସେ ବାସହରା ହୋଇ ଖୋଲା ଆକାଶ ତଳେ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି !କେତେ ଲୋକଙ୍କୁ ବିନା ପଇସାରେ ବାସଯୋଗାଇଥିବା ଲୋକ ବର୍ତମାନ ଦଶରୁ କୋଡିଏ ହଜାର ଟଙ୍କାରେ ବିକ୍ରୀ ହେଉଥିବା ଆବାସ ପାଇବାରୁ ବଞ୍ଚିତ ! ସ୍ଥାନୀୟ ବିଧାୟକ ଏହି ପରୋପକାରୀ ଓ ନିରୀହ ଲୋକକୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ପଂଚାୟତ ବାସୀ ଦାବୀ କରନ୍ତି !

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031