Indus Valley Times

ବିୟୁଟି ମହାନ୍ତି ମୃତ୍ୟୁ ମାମଲା : ମିଳିଲା ଡିଜିଟାଲ ପ୍ରମାଣ, ତଥାପି ରହସ୍ୟ ଜାରି

 Breaking News

ବିୟୁଟି ମହାନ୍ତି ମୃତ୍ୟୁ ମାମଲା : ମିଳିଲା ଡିଜିଟାଲ ପ୍ରମାଣ, ତଥାପି ରହସ୍ୟ ଜାରି

ବିୟୁଟି ମହାନ୍ତି ମୃତ୍ୟୁ ମାମଲା : ମିଳିଲା ଡିଜିଟାଲ ପ୍ରମାଣ, ତଥାପି ରହସ୍ୟ ଜାରି
July 17
17:25 2026

କଟକ, ୧୭/୭ : ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କମିଶନରେଟ୍ ପୁଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ।
ଡିସିପିଙ୍କ କହିବାନୁସାରେ, ପ୍ରଥମ ଟିମ୍ ପୋଷ୍ଟମର୍ଟମ ରିପୋର୍ଟ ସମେତ ଘଟଣା ସମ୍ପର୍କିତ ସମସ୍ତ ପ୍ରାଥମିକ ପ୍ରମାଣ ଓ ତଥ୍ୟ ସଂଗ୍ରହ କରୁଛି। ଦ୍ୱିତୀୟ ଟିମ୍ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପୂର୍ବର ଶେଷ ଯୋଗାଯୋଗ, କଲ୍ ଡିଟେଲ୍ସ ଓ ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରି ଘଟଣାର କଡ଼ି ଯୋଡ଼ିବାରେ ଲାଗିଛି। ସେହିପରି ତୃତୀୟ ଟିମ୍ ସାଇଣ୍ଟିଫିକ୍ ଓ ଡିଜିଟାଲ୍ ପ୍ରମାଣର ବିଶ୍ଳେଷଣ କରୁଛି।
ଏସଏଫଏସଏଲ୍ (SFSL) ପକ୍ଷରୁ ପୁଲିସକୁ ଆଂଶିକ ଡିଜିଟାଲ୍ ରିପୋର୍ଟ ମିଳିଥିବା ବେଳେ ମୋବାଇଲ୍ ଫୋନ୍‌ରୁ ସଂଗୃହୀତ ତଥ୍ୟର ମଧ୍ୟ ଗଭୀର ବିଶ୍ଳେଷଣ ଚାଲିଛି। ବିଭିନ୍ନ ଫର୍ମାଟ୍‌ରେ ଡିଜିଟାଲ୍ ରିପୋର୍ଟ ଆସୁଥିବାରୁ ସେଗୁଡ଼ିକୁ ଯାଞ୍ଚ କରିବାକୁ ସମୟ ଲାଗୁଥିବା ପୁଲିସ କହିଛି।
ତଦନ୍ତର ସମଗ୍ର ପ୍ରକ୍ରିୟା ଉପରେ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ ସୁପରଭିଜନ କରୁଥିବା ବେଳେ ନିଜେ କଟକ ଡିସିପି ମଧ୍ୟ ମାମଲାର ପ୍ରଗତି ଉପରେ ସିଧାସଳଖ ନଜର ରଖିଛନ୍ତି। ତଦନ୍ତକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ପାଇଁ ମୃତକଙ୍କ ପରିବାର ସହ ନିୟମିତ ଯୋଗାଯୋଗ ରଖାଯାଉଥିବା ମଧ୍ୟ ଡିସିପି ସ୍ପଷ୍ଟ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଘଟଣାରେ କେବଳ ୟୁଡି (Unnatural Death) କେସ୍ ରୁଜୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ କଣ, ଏହା ପଛରେ ଅନ୍ୟ କୌଣସି ଦିଗ ରହିଛି କି ନାହିଁ, ସେନେଇ ସମସ୍ତ ଦିଗକୁ ଆଧାର କରି କମିଶନରେଟ୍ ପୁଲିସ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930