Indus Valley Times

ବେଙ୍ଗାଲୁରୁ : ପରୀକ୍ଷାର୍ଥୀଙ୍କ ଆଡମିଟି କାର୍ଡରେ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ

 Breaking News

ବେଙ୍ଗାଲୁରୁ : ପରୀକ୍ଷାର୍ଥୀଙ୍କ ଆଡମିଟି କାର୍ଡରେ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ

ବେଙ୍ଗାଲୁରୁ : ପରୀକ୍ଷାର୍ଥୀଙ୍କ ଆଡମିଟି କାର୍ଡରେ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ
November 09
17:06 2022

ବେଙ୍ଗାଲୁରୁ, ୯/୧୧: ଟିଚର ଇଲିଜିବିଲିଟି ଟେଷ୍ଟ ଦେବାକୁ ଯାଇଥିଲେ। ହେଲେ ଆଡମିଟି କାର୍ଡରେ ନିଜ ଫଟୋ ବଦଳରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନୀଙ୍କର ଫଟୋ ଦେଖି କାବ୍ବା ପରୀକ୍ଷାର୍ଥୀ।
କର୍ଣ୍ଣାଟକ ଟିଚର ଇଲିଜିବିଲିଟି ଟେଷ୍ଟ(କେଟିଇଟି)ରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି। ନଭେମ୍ବର ୬ ତାରିଖରେ ଏଭଳି ଘଟଣା ଘଟିଥିଲା।
ଏଭଳି ଆଡ୍ମିଟି କାର୍ଡ ଦେଖି ହଲ୍ରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ସବୁ ଥଟା ମଜାରେ ସହିବାକୁ ଲାଗିଥିଲେ। ଦେଖୁ ଦେଖୁ ଆଡ୍ମିଟକାର୍ଡ ଟି ଭାଇରାଲ ହୋଇଯାଇଥିଲା। ଭାଇରାଲ୍ ହେବା ପରେ ରାଜ୍ୟ ଶିକ୍ଷା ବିଭାଗ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।
ନଭେମ୍ବର ୬ ତାରିଖରେ ଟିଇଟି ପରୀକ୍ଷା ୨୦୨୨ ହେଉଥିଲା। ଘଟଣାଟି ସେତେବେଳେ ଜଣାପଡ଼ିଲା ଯେତେବେଳେ ପରୀକ୍ଷାର୍ଥୀ ପର୍ଯ୍ୟବେକ୍ଷକଙ୍କୁ ତାଙ୍କ ହଲ୍ ଟିକେଟ୍ ଦେଖାଇଥିଲେ। କର୍ଣ୍ଣାଟକର ରୁଦ୍ରପ୍ପା କଲେଜ୍ରେ ପରୀକ୍ଷା ହେଉଥିଲା। ଏହି ଘଟଣାରେ ସାଇବର କ୍ରାଇମ୍ ପୁଲିସରେ ଏକ ମାମଲା ମଧ୍ୟ ହୋଇଛି।
ତେବେ ପୁଲିସର ସୂଚନା ଅନୁସାରେ, ଅନ୍ଲାଇନ୍ରେ ଆପ୍ଲିକେସନ୍ ଭରିବା ବେଳେ ଫଟୋ ଅପ୍ଲୋଡ ସମୟରେ କିଛି ଭୁଲ୍ଭାଲ ହୋଇଥିବ। ହେଲେ ପରୀକ୍ଷାର୍ଥୀଙ୍କ କହିବା କଥା ହେଲା ଯେ ସେ ନିଜେ ଫର୍ମ ଫିଲପ କରି ନାହାନ୍ତି। ଅନ୍ୟର ସାହାଯ୍ୟରେ ଫର୍ମ ପୂରଣ କରିଛନ୍ତି।
ଏହି ମାମଲାରେ ପ୍ରତିକ୍ରିୟା ଦେଇ ଶିକ୍ଷା ବିଭାଗ କହିଛି ଯେ ଆବେଦନ କରିବା ପାଇଁ ପ୍ରାର୍ଥୀ ୟୁଜର ଜେନେରେଟେଡ୍ ଆଇଡି ଓ ପାସ୍ୱୱାର୍ଡ ଦିଆଯାଇଥାଏ। ଯାହା ଉକ୍ତ ପରୀକ୍ଷାର୍ଥୀଙ୍କ ଛଡ଼ା ଆଉ କେହି ଜାଣି ନଥାନ୍ତି। ତେଣୁ ଶିକ୍ଷା ବିଭାଗରେ ଏଥିରେ କୌଣସି ଭୁଲ ନାହିଁ। ଏହି ଘଟଣାରେ ଏବେ ପୁଲିସ ମାମଲାରେ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031