Indus Valley Times

ବେଙ୍ଗାଲୁରୁ : ବନ୍ଦ ଘରେ ୪ ଝୁଲନ୍ତା ମୃତ ଦେହ ଉଦ୍ଧାର,ଭୋକ ବିକଳରେ ଚାଲିଗଲା ୯ ମାସ ଶିଶୁର ଜୀବନ

 Breaking News

ବେଙ୍ଗାଲୁରୁ : ବନ୍ଦ ଘରେ ୪ ଝୁଲନ୍ତା ମୃତ ଦେହ ଉଦ୍ଧାର,ଭୋକ ବିକଳରେ ଚାଲିଗଲା ୯ ମାସ ଶିଶୁର ଜୀବନ

ବେଙ୍ଗାଲୁରୁ : ବନ୍ଦ ଘରେ ୪ ଝୁଲନ୍ତା ମୃତ ଦେହ ଉଦ୍ଧାର,ଭୋକ ବିକଳରେ ଚାଲିଗଲା ୯ ମାସ ଶିଶୁର ଜୀବନ
September 18
12:12 2021

ବେଙ୍ଗାଲୁରୁ, ୧୮/୯ : ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଆତ୍ମହତ୍ୟା କରିଥିବା ବେଳେ ଏକ ୯ ମାସର ଶିଶୁପୁତ୍ର ମରି ଯାଇଥିବା ଅଭିଯୋଗ ହୋଇଛି।
ସେମାନେ ପ୍ରାଣ ହରାଇବାର ୩ ଦିନ ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଥିବା ବେଳେ ଏକ ୨ ବର୍ଷର ଶିଶୁକନ୍ୟାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ।
ଘରର ମୁଖ୍ୟ ଏଚ୍ ଶଙ୍କର ଫେରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଶୁକ୍ରବାର ସେ ତାଙ୍କର ବେଙ୍ଗାଲୁରୁ ସ୍ଥିତ ଘରକୁ ଫେରିଥିଲେ। ସେ ୫ ଦିନ ପୂର୍ବେ ଘର ଛାଡ଼ି ପଳାଇଥିଲେ। ତାଙ୍କ ଝିଅ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା, ଯିଏ ଶାଶୂ ଘରୁ ପଳାଇ ଆସି ତାଙ୍କ ପାଖରେ ରହୁଥିଲେ।
ରାଗରେ ଘର ଛାଡ଼ି ଚାଲି ଯାଇଥିଲେ ମଧ୍ୟ ପରେ ପରିବାର ଲୋକଙ୍କୁ ସେ ଫୋନ୍ କରି ଥିଲେ। କିନ୍ତୁ କେହି ଫୋନ୍ ଉଠାଇ ନଥିଲେ। ତା’ପରେ କିଛି ଅଘଟଣ ଆଶଙ୍କା କରି ସେ ଶୁକ୍ରବାର ଘରକୁ ଫେରି ଆସିଥିଲେ।
ଘରକୁ ଫେରିବା ପରେ ଏଚ୍ ଶଙ୍କର ତାଙ୍କ ପତ୍ନୀ ଭାରତୀ (୫୧), ପୁଅ ମଧୁସାଗର (୨୫ ବର୍ଷ), ଦୁଇ ଝିଅ ସିଞ୍ଚନା ଓ ସିନ୍ଧୁରାଣୀ (୩୪)ଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କର ୯ ମାସର ନାତି ଭୋକରେ ମରି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେବଳ ୨ ବର୍ଷର ନାତୁଣୀ ଜୀବିତ ଥିବା ପୁଲିସ୍ କହିଛି। ଡାକ୍ତରଖାନାରେ ତାଙ୍କ ନାତୁଣୀର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି।
ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୪ଟି ଯାକ ମୃତଦେହ ପଚିବା ଆରମ୍ଭ କରିଥିଲାଣି। ଶବ ଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜାଣି ହେବ। ଏହା ସହିତ ଅଧିକ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031