Indus Valley Times

ବେଧଡକ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା: ଚଢାଉରେ କାରିଗର ଗିରଫ, ଦୁଇ ପିସ୍ତଲ ସହ ୪ ଦେଶୀ ବନ୍ଧୁକ ଜବତ

 Breaking News

ବେଧଡକ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା: ଚଢାଉରେ କାରିଗର ଗିରଫ, ଦୁଇ ପିସ୍ତଲ ସହ ୪ ଦେଶୀ ବନ୍ଧୁକ ଜବତ

ବେଧଡକ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା: ଚଢାଉରେ କାରିଗର ଗିରଫ, ଦୁଇ ପିସ୍ତଲ ସହ ୪ ଦେଶୀ ବନ୍ଧୁକ ଜବତ
October 11
12:43 2022

ବୌଦ୍ଧ,୧୧/୧୦: ଘରେ ବସିଥିଲା କାରଖାନା। ତିଅରି ହେଉଥିଲା ଦେଶୀ ବନ୍ଧୁକ । ଗତରାତିରେ ପୁଲିସ୍ ଅତର୍କିତ ଭାବେ ଚଢ଼ାଉ କରି ଏପରି କାରଖାନା ଠାବ କରିବା ସହ ବହୁ ବନ୍ଧୁକ ଜବତ କରିଛି। ଏଥିସହ ବନ୍ଧୁକ କାରିଗର ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣି ବନ୍ଧା ହୋଇଛନ୍ତି।
ଏପରି ଏକ ବନ୍ଧୁକ କାରଖାନା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ଠାବ ହୋଇଛି। ଏଥିସହ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏହା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଛନକା ପଶି ଯାଇଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଗତକାଲି ବିଳମ୍ବିତ ରାତିରେ ମନମୁଣ୍ଡା ପୁଲିସ୍ ସିଲାଇପଡ଼ା ଗ୍ରାମରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଏକ ଘରୁ ଜଣେ ବନ୍ଧୁକ କାରିଗର ଶେଷଦେବ ବିନ୍ଧାଣିଙ୍କୁ ଗିରଫ କରାଯିବା ସହ ୨ଟି ପିସ୍ତଲ୍ ଏବଂ ୪ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଚଢ଼ାଉ ସମୟରେ ବନ୍ଧୁକ ତିଆରି କରିବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ ହୋଇଛି।
ମୁଖ୍ୟତଃ କାଠ ଓ ଲୁହାକୁ ବ୍ୟବହାର କରି ଦେଶୀ ବନ୍ଧୁକ ତିଆରି କରାଯାଉଥିଲା। ହେଲେ ଏହି ବନ୍ଧୁକ ତିଆରି ପରେ କାହାକୁ ବିକ୍ରି ହେଉଥିଲା ? କିଏ ଏହାପଛରେ ରହିଛି ସେ ସବୁ ଦିଗରେ ଏବେ ଖୋଲତାଡ଼ କରୁଛି ପୁଲିସ୍। ତେଣୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031