Indus Valley Times

ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

 Breaking News

ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

December 18
16:51 2024

ଭୁବନେଶ୍ୱର, ୧୮/୧୨ : ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି।
‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଆଧ୍ୟାତ୍ମିକ ଚିନ୍ତନମ ବିଶ୍ୱଦୃଷ୍ଟି ଏବଂ ମାନବିକ ଭାବନରେ ରୁଦ୍ଧିମନ୍ତ ଏହି ପୁସ୍ତକ ବେଶ ଉଚ୍ଚ ପ୍ରଶଂସିତ ହୋଇଛି। ଜଣେ ଉଚ୍ଚ ମୂଲ୍ୟବୋଧଭିତ୍ତିକ ପ୍ରାବନ୍ଧିକ ଏବଂ ସମାଲୋଚକ ଭାବେ ବୈଷ୍ଣବ ଚରଣ ସାମଲଙ୍କ ସୁଖ୍ୟାତି ରହିଛି।
ବୈଷ୍ଣବ ଚରଣ ସାମଲ ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପ୍ରଥମ କବିତା ଥିଲା ‘ନେତା କିଏ’। ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ଥିଲା ମରୁତୀର୍ଥ। ତାଙ୍କ ଲେଖା, ସେ ସମୟର ବହୁ ପତ୍ରିକାରେ ପ୍ରକାଶ ପାଉଥିଲା।
ସେହି ସବୁ ପ୍ରବନ୍ଧ ମଧ୍ୟରୁ କୋଡ଼ିଏଟି ପ୍ରବନ୍ଧକୁ ସଂକଳିତ କରି, ୧୯୭୧ ମସିହାରେ \’ଜଗନ୍ନାଥ ରଥ\’ ପ୍ରକାଶନ ସଂସ୍ଥା ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶ କରିଥିଲେ। ପୁସ୍ତକଟିର ନାମ ଥିଲା ‘କଳା ସଂସ୍କୃତି ଓ ସାହିତ୍ୟ’। ସେହି ବର୍ଷ ତାଙ୍କର ପ୍ରଥମ କବିତା ପୁସ୍ତକ ସମୟରେ ଲିପି ମଧ୍ୟ ପ୍ରକାଶ ପାଇଥିଲା।
ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ବୈଷ୍ଣବ ଚରଣ, ୧୯୬୬ମସିହାରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି, ୨୦୦୪ ମସିହାରେ \’ବିଶ୍ୱଭାରତୀ\’ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଭାବରେ ସେବା ନିବୃତ ହୋଇଛନ୍ତି।
ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୦୨ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାପରେ ୨୦୧୭ ମସିହାରେ ବିଷୁବ ପୁରସ୍କାର, ୨୦୧୪ ମସିହାରେ ସାରଳା ସମ୍ମାନରେ ସେ ସମ୍ମାନିତ ହୋଇଥିଲା। ଏହାବାଦ ତାଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ ଓ କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930