Indus Valley Times

ବୈାଦ୍ଧ:ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ ଓ ସଂସ୍କୃତ ଶିକ୍ଷକ ପଦବି ପୂରଣ ପାଇଁ ଦାବି

 Breaking News

ବୈାଦ୍ଧ:ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ ଓ ସଂସ୍କୃତ ଶିକ୍ଷକ ପଦବି ପୂରଣ ପାଇଁ ଦାବି

November 25
20:42 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨୫/୧୧: ବୈାଦ୍ଧଜିଲ୍ଲାରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବି ପୂରଣ କରାଯାଉ ଓ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ ବିଷୟ ଭାବରେ ରଖାଯାଉ ଦାବିରେ ବୁଧବାର ଦିନ ବୈାଦ୍ଧଜିଲ୍ଲା ଆଶାୟୀ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଶାୟୀ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ଦାବି କରାଯାଇଛି ଯେ, ୨୦୧୪ ମସିହାରୁ ଶୈକ୍ଷିକ ପରିଧିର ଅନ୍ତର୍ଗତ ବୈାଦ୍ଧଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଅନ୍ୟା ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ହୋଇନାହିଁ । ତାଦ୍ୱାରା ଆବଶ୍ୟକ ଶୈକ୍ଷିକ ଯୋଗ୍ୟତା ତଥା ବିବିଧ ଶିକ୍ଷକପତ୍ରତା ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ସତ୍ୱେ ଶତାଧିକ ଯୋଗ୍ୟ ଆଶାୟୀ ଶିକ୍ଷକ ଶିକ୍ଷୟତ୍ରୀ ନିଜ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ଏବଂ ବୃତ୍ତି ଅଭାବରୁ ପାରିବାରିକ ଭରଣ ପୋଷଣ ନିମନ୍ତେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୃତୀୟ ଭାଷା ସ୍ଥାନରେ ଆଇଟି, ଧନ୍ଦାମୂଳକ ନ ରଖି ପୂର୍ବ ନିୟମ ଆଧାରିତ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ । ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ମୂଳଧାର ତେଣୁ ଏହାର ଗୈାରବ ରକ୍ଷା କରିବା ପାଇଁ ଏହି ଭାଷାକୁ ବାଧ୍ୟତାମୂଳକ ଭାଷାର ମାନ୍ୟତା ପ୍ରଦାନ କରାଯାଉ । ବର୍ତ୍ତମାନ ପ୍ରଚଳିତ ତୃତୀୟ ଭାଷାର ବିକଳ୍ପ ଭାବେ ଧନ୍ଦାମୂଳକ ବିଷୟକୁ ରଖାଯାଇଥିବାରୁ ଭବିଶ୍ୟତରେ ସଂସ୍କୃତ ଭାଷା ପ୍ରତି ବିପଦର ଆଶଙ୍କା ରହିଛି । ତୃତୀୟ ଭାଷାରେ ଧନ୍ଦାମୂଳକ ଶିକ୍ଷାକୁ ବାଦ ଦିଆଯାଉ ପୃଥକ ବିଷୟ ଭାବେ ପଢାଯାଉ, ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅନୁଯାଇ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ ବିଷୟ ଭାବରେ ରଖାଯାଉ, ବର୍ତ୍ତମାନ ପ୍ରଚଳିତ ସିଟି ପାଠ୍ୟକ୍ରମରେ ସଂସ୍କୃତ ଭାଷା ଅପରିବର୍ତ୍ତିତ ରହୁ, ଯୋଗ୍ୟ ସଂସ୍କୃତ ଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ, ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ମାଧ୍ୟମିକ ଶ୍ରେଣୀରେ ସଂସ୍କୃତ ପଢାଯିବା ସହିତ ବନ୍ଦ ରହିଥିବା ଟିଜିଟି ସଂସ୍କୃତ ନିଯୁକ୍ତିକୁ ପୁନଃ ସକ୍ରିୟ କରାଯାଉ ଦାବିରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ସାଂସଦ ଅହମ୍ମଦ ପଟେଲଙ୍କ ବିୟୋଗରେ ବୈାଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋକସଭା
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨୫/୧୧: କଂଗ୍ରେସ ଦଳର ସାଂସଦ ଅହମ୍ମଦ ପଟେଲଙ୍କ ବିୟୋଗରେ ବୈାଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ସମରେଶ ମିଶ୍ର, ବୁଦ୍ଧଦେବ ପ୍ରଧାନ, ବେଣୁଧର ମେହେର, ତାରେଣୀ ଜେନା, ଗଣେଷ ଅଗ୍ରୱାଲା, ପଙ୍କଜ କର୍ଣ୍ଣ, ପ୍ରଦିପ ଦାସ ପ୍ରମୁଖ ଯୋଗଦେଇଥିଲେ ।
ବୈାଦ୍ଧ ଅବକାରୀ ବିଭାଗ ପକ୍ଷରୁ ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
ବୈାଦ୍ଧ,୨୫/୧୧: ବୈାଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିନ ବୈାଦ୍ଧବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ପଂଚାୟତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ୫୪ ଏକର ଜଙ୍ଗଲ ଜମିରେ ଚଢାଉ କରାଯାଇ ୧ ଲକ୍ଷ ୬୨ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇ ଗଛର ଅନୁମାନିକ ମୂଲ୍ୟ ୧୬ କୋଟି ୨୦ ଲକ୍ଷ ହେବ ବୋଲି ଅକଳନ କରାଯାଇଛି । ଆଜିର ଚଢାଉରେ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ତ୍ରିଦେବ ରଥ ଯୋଗଦେଇଥିବା ବେଳେ ଇନ୍ସିପେକ୍ଟର ବିଜୟ ଧରୁଆ, ରମେଶ ମହାନ୍ତି, ସୀମା କିରଣ ବେଗ, ରୂପେଶ ମୁଖୀ, ଏସକେ ଅତାବର, ଅଂଚଳି ଅମାତ ପ୍ରମୁଖ ସାମିଥିଲେ ।
ବୀର ସୁରେନ୍ଦ୍ର ସାଏ ଫୁଟବଳ ଟୁର୍ଣ୍ଣାମେଣ୍ଟ: ସାହାଜପାଲ ଓ ତେନ୍ତୁଳିପାଲି ଫାଇନାଲକୁ ଉନ୍ନିତ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨୫/୧୧-ବୈାଦ୍ଧବ୍ଲକ ମନୁପାଲି ହାଇସ୍କୁଲ ଖେଳପଡିଆ ଠାରେ ବୀର ସୁରେନ୍ଦ୍ର ସାଏ କ୍ଲବ ପକ୍ଷରୁ ୧୦ ମ ବୀର ସୁରେନ୍ଦ୍ର ସାଏ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି । ଆଜିର ପ୍ରଥମ ସେମିଫାନାଲ ମ୍ୟାଚ ଦନ୍ତାପାଲି ଓ ସହାଜପାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାହାଜପାଲ ଦଳ ୨-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ତେନ୍ତୁଳିପାଲି ଓ ଗିରାସିଙ୍ଗା ମଧ୍ୟରେ ହୋଇଥିଲା । ଏଥିରେ ଟାଇବ୍ରେକରରେ ୩-୨ ଗୋଲରେ ତେନ୍ତୁଳିପାଲି ବିଜୟ ଲାଭ କରି ଫାଇନାଲକୁ ଉନ୍ନତି ହୋଇଛି । ଗୁରୁବାର ଫାଇନାଲ ମ୍ୟାଚ ସାହାଜପାଲ ଓ ତେନ୍ତୁଳିପାଲି ମଧ୍ୟରେ ଅନୁଷ୍ଠିତ ହେବ । ଆଜିର ମ୍ୟାଚକୁ ତାପସ ଭୂକ୍ତା, ଝରୀଆ, ମୁକୁନ୍ଦ ପରିଚାଳନା କରିଥିଲେ । ଆଜି ମ୍ୟାଚର ଅତିଥି ଭାବରେ ଲବ ଶ ତପଥି ,ହରିବନ୍ଧୁ ସିଂ, ସୁଶାନ୍ତ ମହାକୁଳ ଯୋଗଦେଇଥିଲେ ।
ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଶିବିର
ବୈାଦ୍ଧ,୨୫/୧୧: ବୈାଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ନର୍ସରୀ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୧୦ ଦିନ ପର୍ଯ୍ୟନ୍ତ ଓଡିଶା ବନାଚଂଳ ଉନ୍ନୟନ ପ୍ରକଳ୍ପର କର୍ମକର୍ତ୍ତାଙ୍କ ସହ ଯୋଗରେ ପାମ୍ପଡ,ଆଚାର, ମସଲା ପ୍ରସ୍ତୁତି ସମ୍ବନ୍ଧୀୟ ତାଲିମ ଚାଲିବ । ତାଲିମ ଶିବିରରେ ବିରନରସିଂହପୁର, ଖଜୁରୀପଡା, ବଡସୁବଳୟାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ତାଲିମ ଗ୍ରହଣ କରୁଛନ୍ତି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031