Indus Valley Times

ବୈାଦ୍ଧ ଏନଏସି ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ

 Breaking News

ବୈାଦ୍ଧ ଏନଏସି ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ

November 11
21:53 2020

କମ୍ଭୁଧର କ୍ଷେତୀଙ୍କ ରିପୋଟ

ବୈାଦ୍ଧ,୧୧/୧୧: ବୈାଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବୁଧବାର ଦିନ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ଜରିଖଣ୍ଡି ଠାରୁ ବାହାରି ପୋଡାପୋଡା, ବ୍ରାହ୍ମଣସାହି,ପୋଷ୍ଟ ଅଫିସ ଛକ ଦେଇ ସହର ମଧ୍ୟରେ ପରିକ୍ରମା କରିଥିଲା । ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡାଙ୍କ ନେତୃତ୍ୱରେ ପରିଷଦର କର୍ମଚାରୀ ସହରବାସୀଙ୍କୁ ସଚେତନତା କରାଇଥିଲେ । ରାସ୍ତା ବାହାରେ ବାଲି,ମାଟି ଆଦି ନ ପକାଇବାକୁ ଅନୁରୋଧ କରିଥିଲେ । ସହରର ଲୋକଙ୍କୁ ଘର ଓଦା ଓ ଶୁଖିଲା ଅଳିଆ ପୃଥକ କରି ଅଳିଆ ଗାଡିରେ ପକାଇବାକୁ ସଚେତନତା କରାଯାଇଥିଲା । ସେହିପରି ଦୋକାନୀମାନେ ଅଳିଆ ବାହାରେ ନ ପକାଇ ଅଳିଆ ଗାଡିରେ ପକାଇବାକୁ କୁହାଯାଇଥିଲା । ନିଜ ଘରକୁ ପରିଷ୍କାର କରିବା ସହିତ ପରିଷଦକୁ ମଧ୍ୟ ପରିଷ୍କାର ଓ ସୁନ୍ଦର କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଗୋଷ୍ଠୀ ସଂଘଠିକା ସୁପର୍ଣ୍ଣା ମହାନ୍ତି, ସୁନିଲ ପ୍ରଧାନ, ଅରବିନ୍ଦ ବିଶ୍ୱାଳ, ସୁମନ୍ତ ପ୍ରଧାନ, ଜମାଦାର ଓ ସମସ୍ତ ସ୍ୱଚ୍ଛସାଥୀ ଉପସ୍ଥିତଥିଲେ ।

ବୈାଦ୍ଧ ଜିଲ୍ଲାରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

କମ୍ଭୁଧର କ୍ଷେତୀ ଙ୍କ ରିପୋଟ

ବୈାଦ୍ଧ,୧୧/୧୧: ବୈାଦ୍ଧ ଜିଲ୍ଲାରେ ଆଜି ୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ଘଣ୍ଟାପଡା, କୁଲତାଯୋର ଓ ମଲିକପଦରରୁ ଜଣେ ଲେଖାଁଏ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ଦୁଇ ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031