Indus Valley Times

ବୈାଦ୍ଧ: କାୟାମେଲାଉଛି କରୋନା, ବିଭିନ୍ନ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟଜୋନ ଘୋଷଣ

 Breaking News

ବୈାଦ୍ଧ: କାୟାମେଲାଉଛି କରୋନା, ବିଭିନ୍ନ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟଜୋନ ଘୋଷଣ

July 14
22:45 2020

କମ୍ଭୁ ଧର ଖେତୀ

ବୈାଦ୍ଧ,୧୪/୭: ବୈାଦ୍ଧଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । ଜିଲ୍ଲାରେ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନିୟ ସଂକ୍ରମଣ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନେଇ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ଆଜି ଆଉ ୭ ଜଣ କରୋନା ପଜିଟିଭକୁ ମିଶାଇ ୬୦ ପକିଟିଭ ଚିହ୍ନଟ ହୋଇଛନ୍ତି । ଏହି ୭ ଜଣଙ୍କ ମଧ୍ୟରୁ ଜଣେମାତ୍ର କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ବାକି ୬ଜଣ ସ୍ଥାନିୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇପଡିଛନ୍ତି । ଆକ୍ରାନ୍ତମାନେ ଏହାରି ମଧ୍ୟରେ କାହାକାହା ସଂସ୍ପର୍ଶରେ ଆସିଛନ୍ତି ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବୈାଦ୍ଧ ସହରରେ ହୋଇଥିବା ବେଳେ ୩ ଜଣଙ୍କ ମଧ୍ୟରୁ ୨ଜଣ ନୂଆଁସାହି ଅଞ୍ଚଳରେ ରହୁଥିବା ବେଳେ ଅନ୍ୟଜଣେ ବୁଟୁପାଲି ଅଞ୍ଚଳରେ ରହୁଥିଲେ । ସେଥିମଧ୍ୟରୁ ୨ ଜଣ ଗୋଟିଏ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଗଞ୍ଜାମ ଜିଲ୍ଲାକୁ ଯାଇ ଫେରିଥିଲେ । ସେମାନଙ୍କ ସ୍ୱାବ ପରୀକ୍ଷା ପରେ କରୋନା ପଜିଟିଭ ଥିବା ଜଣାପଡିଛି । ସେମାନେ ରହିଥିବା ଅଞ୍ଚଳର ଲୋକମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ସେମାନେ ମୁମ୍ବାଇରୁ ଆସିଥିଲେ ଓ ଘରେ ରହିଥିଲେ , ଅନ୍ୟ ଜଣକ ଜଣେ ମଥୁରା ପଞ୍ଚାୟତର ସେ ତାମିଲନାଡୁରୁ ଆସି ଘରେ ରହିଥିବା ଜଣାପଡିଛି । ସେହିପରି ଅନ୍ୟଜଣକ ହରଭଙ୍ଗା ବ୍ଲକର ସଂଙ୍କୁଲେଇ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଯେହେତୁ ୬ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତେଣୁ ସ୍ଥାନୀୟ ସଂକ୍ରମଣ ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ସହରର ବୁଟୁପାଲି , ଲିପସା ଛକ ଠାରୁ କଚେରୀଛକ, କଲେଜଛକ, ନୂଆଁସାହିଛକ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଞ୍ଚଳକୁ କ ଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତର କୁଡାସାହି, ପୁରୁଣାକଟକର ହାଇସ୍କୁଲ ଠାରୁ ଭୈରବୀ ମନ୍ଦିର ଛକ ପର୍ଯ୍ୟନ୍ତ ଓ ବାଣୀଭୂଷଣପୁର ପଞ୍ଚାୟତର ଝାଡରାଜିଙ୍ଗ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇ ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ଗୁଡିକୁ ସିଲ କରି ଦିଆଯାଇଛି ଓ ପୋଲିସ ଜଗି ରହିଛି । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଏନଏସି ନିର୍ବାହୀ ଅଧିକାରୀ ଇଂ ମନରଂଜନ ପଣ୍ଡା, ତହସିଲଦା ସନତ ନାୟକ ପ୍ରମୁଖ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟର ସମୀକ୍ଷା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031