Indus Valley Times

ବୈାଦ୍ଧ: ଦୁଇ ଶିକ୍ଷକଙ୍କ ବିୟୋଗରେ ସ୍ମୃତିଚାରଣ ସଭା,ଯୋଗଦେଲେ ବହୁ ବରିଷ୍ଠ ବ୍ୟକ୍ତି

 Breaking News

ବୈାଦ୍ଧ: ଦୁଇ ଶିକ୍ଷକଙ୍କ ବିୟୋଗରେ ସ୍ମୃତିଚାରଣ ସଭା,ଯୋଗଦେଲେ ବହୁ ବରିଷ୍ଠ ବ୍ୟକ୍ତି

October 07
20:56 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୈାଦ୍ଧ,୭/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ୨ଜଣ ଶିକ୍ଷକ ସ୍ୱର୍ଗତ ପ୍ରମୋଦ କୁମାର ସାହୁ ଓ ସ୍ୱର୍ଗତ ସୁଦର୍ଶନ କହଁରଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ଶିକ୍ଷକଙ୍କୁ ହରାଇ ବୌଦ୍ଧଜିଲ୍ଲା ଶିକ୍ଷା ବିଭାଗର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତବ୍ୟକ୍ତ କରିଥିଲେ । ତତ୍‌ସହିତ ଉଭୟ ଶିକ୍ଷକଙ୍କ ପରିବାରବର୍ଗଙ୍କୁ ସରକାରଙ୍କ  ସମସ୍ତ ସହଯୋଗ ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଥିଲେ । ପୂର୍ବତନ ବିଆରସିସି ଲଳିତ ମୋହନ ବିଶ୍ୱାଳ ଓ ପୂର୍ବତନ ଏବିଇଓ ବିକାଶ କିଶୋର କାନୁନଗୋ ଉଭୟ ଶିକ୍ଷକଙ୍କୁ ଛାତ୍ରବତ୍ସଳ, ମେଳାପୀ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ମତପୋଷଣ କରିଥିଲେ । ଶିକ୍ଷକ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାକୁ ଶିକ୍ଷକ ବସନ୍ତ ସାହୁ ପରିଚାଳନା କରିଥିଲେ । ଉକ୍ତ ସଭାରେ ପୂର୍ବତନ ସିଆରସିସି ହରେକୃଷ୍ଣ ମେହେର, ସରସରା ସିଆରସିସି ଧରଣୀଧର ମେହେର, ଶିକ୍ଷକ ଶୈଳେନ୍ଦ୍ର ପ୍ରସାଦ ମେଣ୍ଡିଳି, ସନ୍ତୋଷ ଜେନା, ଦିଲ୍ଲୀପ ଦାସ, ଶ୍ରଦ୍ଧାକର ସାହୁ, ଉମେଶ ଚନ୍ଦ୍ର ରଣା, ପଦ୍ମନାଭ  ପ୍ରଧାନ ପ୍ରମୁଖ ଯୋଗଦେଇ ଦିବଙ୍ଗତ ଆତ୍ମାର ସଦଗତି କାମନା କରି ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ଶେଷରେ ଶିକ୍ଷକ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031