Indus Valley Times

ବୈାଦ୍ଧ: ଦୁର୍ନିତି ନିବାରଣ ସପ୍ତାହ ପାଳିତ

 Breaking News

ବୈାଦ୍ଧ: ଦୁର୍ନିତି ନିବାରଣ ସପ୍ତାହ ପାଳିତ

November 02
12:38 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨/୧୧: ବୈାଦ୍ଧ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ରବିବାର ଦିନ ସ୍ଥାନିୟ ବାପୁଜୀନଗର ଠାରେ ଦୁର୍ନିତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ମନ୍ଦାକିନୀ ମେହେର ଯୋଗଦେଇଥିଲେ । କାର‌୍ୟ୍ୟକ୍ରମକୁ ଯୁବ ସେଚ୍ଛାସେବୀ ଦେବ ରଂଜନ ମେହେର ପରିଚାଳନା କରିଥିଲେ ।
ବିରାମଚନ୍ଦ୍ରପୁର ଗ୍ରାମରେ ମହିଳାଙ୍କୁ ହତ୍ୟା !
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨/୧୧; ବୈାଦ୍ଧଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ବିରନରସିଂହପୁର ଫଚାୟତର ବିରାମଚନ୍ଦ୍ରପୁର ଗ୍ରାମରେ ଆଜି ସକାଳେ ଜଣେ ମହିଳାଙ୍କ ଶବକୁ ପୋଲିସ ଉଦ୍ଧାର କରିଛି । ପାରିପାଶ୍ୱିର୍କସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ମୃତ ମହିଳା ଜଣକ ସନ୍ତୋଷିନୀ ଜେନା(୩୫) ବୋଲି ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ, ବିରାମଚନ୍ଦ୍ରପୁର ଗ୍ରାମର ଅଷ୍ଟୀମି ଜେନାଙ୍କ ସ୍ତ୍ରୀ ସନ୍ତୋଷିନୀ ଆଜି ଭୋରରୁ ଉଠି ଘର ନିକଟରେ ଥିବା କେନାଲକୁ ଶୈାଚପାଇଁ ଯାଇଥିଲେ । ସେ ଦୀର୍ଘ ସମୟ ଧରି ଘରୁ ଫେରିନଥିଲେ । କିଛି ସମୟ ପରେ ସନ୍ତୋଷିନୀଙ୍କ ଶବ କେନାଲ ଠାରେ ପଡିଥିବାର ଲୋକ ଦେଖି ବୈାଦ୍ଧ ପୋଲିସ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଛି । ସନ୍ତୋଷିନୀର ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିଯିବ ବୋଲି ପୋଲିସ ସୂଚନା ଦେଇଛି ।
ଚାଇଲଡ ଲାଇନ ସାହାର‌୍ୟ୍ୟରେ ଯୁବତୀ ଉଦ୍ଧାର
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧/୧୧: ବୈାଦ୍ଧ ଚାଇଲଡ ଲାଇନ ଦ୍ୱାରା ଏକ ଯୁବତୀକୁୁ ଉଦ୍ଧରା କରାଯାଇ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଚାଇଲଡ ଲାଇନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ,ସମ୍ବଲପୁର ଜିଲ୍ଲା ଚାରମାଲ ଅଂଚଳର ଜଣେ ଯୁବତୀ ବୈାଦ୍ଧଜିିଲ୍ଲାର ଅଗ୍ନି ନାମକ ଯୁବକ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ଗତ ଅକ୍ଟୋବର ମାସ ୮ ତାରିଖରେ ଯୁବତୀ ଜଣକ ଅଗ୍ନିକୁ ଦେଖା କରିବା ପାଇଁ ସ୍କୁଟିରେ ଆସି ଥିଲା । ଦେଖାକରିସାରି ଯୁବତୀ ଜଣକ ଫେରୁଥିବା ସମୟରେ କଦଳୀଗଡ ନିକଟରେ ଦୁର୍ଘଟଣା ହୋଇଥିଲେ । ସ୍ଥାନିୟ ଲୋକେ ତାଙ୍କୁ ଆଣି ବୈାଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଯୁବତୀଙ୍କ ଦୁର୍ଘଟଣା ଖବର ପାଇ ଯୁବକ ଜଣକ ଦେଖା କରିବାକୁ ଆସି ତାର ଚିକିତ୍ସା କରାଇଥିଲେ । ଏହି ସବୁ ଘଟଣା ଯୁବତୀର ବାପାମା ଜାଣିବା ପରେ ଯୁବତୀକୁ ନେବାକୁ ରଜି ହୋଇ ନ ଥିଲେ । ଏହାପରେ ଅଗ୍ନି ଯୁବତୀକୁ ନିଜ ଘରକୁ ନେଇ ଆସିଲେ । ଏହାର କିଛି ଦିନ ପରେ ଯୁବତୀର ବାପାମା ଯୁବତୀକୁ ନେବା ପାଇଁ ଆସିଥିଲେ । ହେଲେ ଯୁବକ ଜଣକ ନ ଛାଡିବାରୁ ସେମାନେ ବାଧ୍ୟ ହୋଇ ଚାଇଲଡ ଲାଇନର ସାହାର‌୍ୟ୍ୟ ନେଇଥିଲେ । ଚାଇଲଡ ଲାଇନ ଓ ବୈାଦ୍ଧ ପୋଲିସ ସହାୟତାରେ ଯୁବତୀକୁ ଉଦ୍ଧାର କରି ତାର ବାପାମାଙ୍କୁ ହସ୍ତାନ୍ତର କରାଯାଇଥିôଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031