Indus Valley Times

ବୋଟ୍ ଦୁର୍ଘଟଣାରେ ନିଖୋଜ ଥିବା ଓଡ୍ରାଫ୍ ଯବାନ୍ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର

 Breaking News

ବୋଟ୍ ଦୁର୍ଘଟଣାରେ ନିଖୋଜ ଥିବା ଓଡ୍ରାଫ୍ ଯବାନ୍ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର

ବୋଟ୍ ଦୁର୍ଘଟଣାରେ ନିଖୋଜ ଥିବା ଓଡ୍ରାଫ୍ ଯବାନ୍ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର
September 25
09:59 2021

କଟକ, ୨୫/୯ : ଗତକାଲି ମୁଣ୍ଡଳୀଠାରେ ‘ଅପରେସନ ଗଜ ଉଦ୍ଧାର’ ରେ ନିୟୋଜିତ ହୋଇଥିବା ବୋଟ ଓଲଟି ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଶନିବାରଉଦ୍ଧାର ହୋଇଛି। ମୃତକ ହେଲେ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁ । ଏନେଇ ଏସ୍ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୀତାରାମଙ୍କୁ ଖୋଜାଖୋଜି କରିବାକୁ ଗତକାଲି ଟିମ୍ ନିୟୋଜିତ ହୋଇଥିଲେ ବି ତାଙ୍କ ପତ୍ତା ମିଳି ପାରି ନ ଥିଲା। ଏହାପରେ ଆଜି ଏନଡିଆରଏଫ୍ର ୮ଟି ଟିମ୍କୁ ଖୋଜାଖୋଜି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ମହାନଦୀର ୪ଟି ସ୍ଥାନ ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ୮ଟି ଘଊଜୠ ଟିମ୍ ପକ୍ଷରୁ ତଲାସୀ କରାଯାଇଥିଲା ।
ହେଲେ ବ୍ୟାରେଜଠାରୁ ପ୍ରାୟ ୨ କି.ମି ଦୂରରୁ ସୀତାରାମଙ୍କ ଶବକୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା ବୋଲି ତୃତୀୟ ବାଟାଲିୟନ ଘଊଜୠ କମାଣ୍ଡାଣ୍ଟ ସୂଚନା ଦେଇଥିଲେ। ଏନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି।
ସୀତାରାମଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏସଆରସି ପ୍ରଦୀପ ଜେନା। ଏନେଇ ଟ୍ୱିଟ କରି ସେ କହିଛନ୍ତି, ଓଡ୍ରାଫ ଟିମ୍ ସଦସ୍ୟ ସୀତାରାମ ମୁର୍ମୂ ଯେକି ଜଣେ ଦକ୍ଷ ଡାଇଭର, ପହଁରା ଜାଣିଥିବା ବ୍ୟକ୍ତି ଥିଲେ ଗତକାଲି ବୋଟ ଟ୍ରାଜେଡି ସମୟରେ ନିଖୋଜ ହୋଇଯାଇଥିଲେ।
ଶନିବାର ତାଙ୍କ ମୃତଦେହ ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଛି। ଏହି ଖବର ପାଇ ଖୁବ୍ ମର୍ମାହତ । ଏଥିସହ ରେସକ୍ୟୁ ଅପରେସନ ନିମନ୍ତେ ଥିବା ଗାଇଡଲାଇନ୍କୁ ଆହୁରି କଡ଼ାକଡି କରିବାକୁ ଡିଜିପିଙ୍କୁ ଅନୁରୋଧ କରୁଛି ।
ଭବିଷ୍ୟରେ ଯେପରି କୌଣସି ରେସକ୍ୟୁ ଅପରେସନରେ ସାଧାରଣ ଲୋକ ତଥା ଗଣମାଧ୍ୟମ ପ୍ରତିନିଧୀଙ୍କୁ ସାମିଲ କରା ନ ଯାଏ ଏଥିନିମନ୍ତେ ଝଙଚ ଆଣିବାକୁ ଝଜଉ କହିଛନ୍ତି।
ସୂଚନାଯୋଗ୍ୟ, ସୀତାରାମ ଓଡ୍ରାଫ ଟିମ୍ର ଜଣେ ଦକ୍ଷ କର୍ମଚାରୀ ଥିଲେ। ବହୁ ରେସକ୍ୟୁ ଅପରେସନରେ ସାମିଲ ହୋଇ ସଫଳତା ପାଇଥିବା ସୀତାରାମ ପହଁରାରେ ପାରଙ୍ଗମ ଥିଲେ। ଏଥିନିମନ୍ତେ ସେ ବହୁ ଆୱାର୍ଡ ପାଇ ପ୍ରଶଂସିତ ବି ହୋଇଥିଲେ। ହେଲେ ଗତକାଲି ‘ଅପରେସନ ଗଜ ଉଦ୍ଧାର’ରେ ସାମିଲ ହୋଇଥିବା ସୀତାରାମଙ୍କ ପାଇଁ ଏହା ଥିଲା ଶେଷ ରେସକ୍ୟୁ ଅପରେସନ । ପାଣିର ପ୍ରଖର ସ୍ରୋତ ଆଗରେ ହାରିଯାଇ ସବୁ ଦିନ ପାଇଁ ଆଖି ବୁଜିଦେଲେ ସୀତାରାମ ।
ସୂଚନାଯୋଗ୍ୟ, ଗତକାଲି ମୁଣ୍ଡଳୀଠାରେ ଫସି ରହିଥିବା ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମ୍ର ଏକ ବୋଟ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଓଟିଭି ଦୁଃସାହସିକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣାରେ ଗତକାଲି ଓଡ୍ରାଫ କର୍ମଚାରୀ ସୀତାରାମ ନିଖୋଜ ଥିବା ବେଳେ ଶନିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୫ ଜଣ ଏବେ ବି ଝଉଈରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଓ ଅନ୍ୟ ୨ ଓଡ୍ରାଫ୍ ଟିମ୍ କର୍ମଚାରୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। । ଅନ୍ୟ ୨ ଜଣ ଓଡ୍ରାଫ୍ କର୍ମଚାରୀ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଛନ୍ତି। ଏସସିବି ପକ୍ଷରୁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031