Indus Valley Times

ବୋଲଗଡ଼ ବ୍ଲକ ପାଟପୁର ଶାସନ ଗ୍ରାମ ପଞ୍ଚାୟତ ପଲ୍ଲୀରେ ଜିଲ୍ଲାପାଳଙ୍କ ଜନଶୁଣାଣୀ

 Breaking News

ବୋଲଗଡ଼ ବ୍ଲକ ପାଟପୁର ଶାସନ ଗ୍ରାମ ପଞ୍ଚାୟତ ପଲ୍ଲୀରେ ଜିଲ୍ଲାପାଳଙ୍କ ଜନଶୁଣାଣୀ

September 22
19:23 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୨/୯: ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକୁ ବିଚାର କରି ତ୍ଵରିତ ନ୍ୟାୟ ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ନୂତନ ଭାବେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଜିଲ୍ଲାରେ ଆରମ୍ଭ କରିଛନ୍ତି ।
ପ୍ରଶାସନିକ ବ୍ୟବସ୍ଥାକୁ ଅଧିକରୁ ଅଧିକ ସରଳୀକରଣ କରି ପ୍ରତ୍ୟେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଜନସାଧାରଣଙ୍କୁ ଉପଲବ୍ଧ କରାଇବା ସହ ସେମାନଙ୍କର ଜୀବନ ଜୀବିକା ଶୈଳୀରେ ଉନ୍ନତି ଆଣିବା ଓ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃତ ଗତିରେ ବିକାଶ କରାଇବା ଲକ୍ଷ ନେଇ ଏହି କାର୍ଯ୍ୟକ୍ରମ ଗତ ଆଠ ତାରିଖ ସୋମବାର ଠାରୁ ପ୍ରତ୍ୟେକ ସୋମବାର ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏ ପଲ୍ଲୀ (ପଂଚାୟତରେ) ଅନୁଷ୍ଠିତ ହୋଇଆସୁଅଛି ।
ବୋଲଗଡ଼ ବ୍ଲକ୍ ପାଟପୁର ଶାସନ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସ୍ତରୀୟ ପଲ୍ଲୀରେ ପ୍ରଶାସନ ଜନଶୁଣାଣି ଆଜି ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଟପୁର ଶାସନ ଗ୍ରାମ ପଞ୍ଚାୟତ ପଲ୍ଲୀରେ ପ୍ରଶାସନ ଜନଶୁଣାଣି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ, ବୋଲଗଡ଼ ବ୍ଲକ୍ ଚେୟାରମ୍ୟାନ ହୁଲାଶ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ବିଡିଓ ସୁମନ ସୁଦ୍ଧା କୁଣ୍ଡୁ, ତହସିଲଦାର ବିଜୟ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ଭୁବନେଶ୍ଵରୀ କଅଁର ଯୋଗ ଦେଇଥିଲେ ।
ଅଭିଯୋଗ ପ୍ରକୋଷ୍ଠକୁ ମୋଟ ୧୩୨ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୦୩ ଗୋଟି ବ୍ୟକ୍ତି ଗତ ଅଭିଯୋଗ,୨୯ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଅଭିଯୋଗ ଥିଲା ।
ଅଭିଯୋଗ ସ୍ଥଳରେ ୦୫ ଗୋଟି ଅଭିଯୋଗର ତତ୍ କାଳ ସମାଧାନ ଜିଲ୍ଲାପାଳ କରିଥିଲେ ।
ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଦ୍ଵାରା ହାତ ପାଆନ୍ତାରେ ଜିଲ୍ଲା ପ୍ରଶାସନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ବୃନ୍ଦ ସ୍ୱାସ୍ଥ୍ୟ ଶିବିର,ଆଧାର ସେବା, ରାଜସ୍ବ, ବ୍ୟାଙ୍କ ସହାୟତା, ସାମାଜିକ ବିକାଶ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ, ଉଦ୍ୟାନ କୃଷି, ଆସ ସ୍କୁଲ ଯିବା, ଆୟୁଷ୍ମାନ ଆରୋଗ୍ୟ ଶିବିର, ପ୍ରାଣୀ ସମ୍ପଦ ସେବା ଆଦି ପଲ୍ଲୀରେ ପ୍ରଶାସନ ସେବା ଷ୍ଟଲ ଗୁଡ଼ିକୁ ବୁଲି ଦେଖିଥିଲେ ।
ଆଜିର ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ସେନାପତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ, ଶିବଲାଲ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଶ୍ରୀମତୀ ରଶ୍ମିତା ଦାସ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହୀଆଲ୍ ଙ୍କ ସମେତ ସମସ୍ତ ବ୍ଲକ୍, ପଂଚାୟତ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031