Indus Valley Times

ବୌଦ୍ଧ,ଆର୍. ସେ.ଟି ରେ ମହିଳା ସିଲେଇ ତାଲିମ ଶିବିର ଆୟୋଜିତ

 Breaking News

ବୌଦ୍ଧ,ଆର୍. ସେ.ଟି ରେ ମହିଳା ସିଲେଇ ତାଲିମ ଶିବିର ଆୟୋଜିତ

November 19
10:44 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୧ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ସ୍ଥିତ ଏସ୍. ବି.ଆଇ ଆର୍ ସେ ଟି ଠାରେ ଏକ ମାସିକିଆ ମହିଳା ସିଲେଇ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାର ୩୨ ଜଣ ମହିଳା ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ,ଏଥିରେ ଡି.ପି. ଏମ. ଓଡ଼ିଶା ଜୀବିକା ମିଶନ , ଫ୍ରାନ୍ସସିସ ବାର୍ଲା ମୁଖ୍ୟ ଅତିଥି,ଡି. ପି.ସି. ମିଶନଶକ୍ତୀ ଦେବୀଦତ୍ତ ମିଶ୍ର, ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପକେନ୍ଦ୍ର ଉଦୟନାଥ ପାତ୍ର, ଏଲ୍ .ଡି .ଏମ ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ ,ତାଲିମ୍ କାର୍ଯ୍ୟକ୍ରମ ଟିରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଗଞ୍ଜାମ ଜିଲ୍ଲାର ସ୍ନେହଲତା ପଣ୍ଡା ଯୋଗଦାନ କରି ଅଛନ୍ତି ,ଅତିଥିମାନେ ତାଲିମ୍ କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଉପଯୋଗୀତା ସଂପର୍କରେ ସମସ୍ତ ପ୍ରଶିକ୍ଷର୍ଥିଙ୍କୁ ବୁଝାଇବା ସହ ଉଚ୍ଛାହିତ କରିଥିଲେ ,ଅନୁଷ୍ଠାନ ର ନିର୍ଦ୍ଦେଶକ ବିଚିତ୍ର ମହାପାତ୍ର ଆଜିର କାର‌୍ୟ୍ୟକ୍ରମ ଟିକୁ ପରିଚାଳନା କରିବା ସହିତ ଅନୁଷ୍ଠାନ ର ସମସ୍ତ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ ।
ଅବକାରୀ, ପୋଲିସ ଓ ବନ ବିଭାଗର ମିଳିତ ଚଢାଉ ୪୯ ହଜାର ଗଜେଇ ଗଛ ନଷ୍ଟ
ବୌଦ୍ଧ, ୧୯/୧୧: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶରେ ଆଜି ଅବକାରୀ, ପୋଲିସ ଓ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୯ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ସୂତ୍ରରୁ ପ୍ରକାଶ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବାକି ସଂରକ୍ଷିତ ଜଙ୍ଗଲ ଜମିର ପ୍ରାୟ ୪୯ ଏକର ଜାଗା ଉପରେ ଚଢାନ୍ତ କରାଯାଇ ୪୯ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି ।
ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ମନୋରଂଜନ ସୁନା, ଅବକାରୀ ଇନ୍ଥିପେକ୍ଟର ସାଗରୀକା ପ୍ରଧାନ, ସବ ଇନ୍ଥିପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା
ବୌଦ୍ଧ,୧୯/୧୧ : ବୌଦ୍ଧ ପାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ସୋସାଇଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରବୀର କୁମାର ଦାସଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ମହାବିଦ୍ୟାଳୟ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅଧ୍ୟାପକ ଶ୍ରୀଦାସ ଏକାଧାରରେ ଯୁବରେଡକ୍ରସ,ଇକୋ କ୍ଲବ ଓ ଏନଏସଏସ କର୍ମର୍କା ଭାବରେ ଦାୟିତ୍ୱ ତୁଲାଇବା ସହିତ ଜଣେ ଦକ୍ଷ ସମାଜ ସେବକ,ରକ୍ତଦାତା,ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂଚାଳକ,ବଣଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷକ ତଥା ବୃକ୍ଷ ପ୍ରେମୀ ଭାବରେ ବେଶ ପରିଚିତ । ନିକଟରେ ତାଙ୍କର ସମାଜସେବା କାର୍ଯ୍ୟ ପାଇଁ ପୁଡୁଚେରୀର ଗ୍ଲୋବାଲ ହ୍ୟୁମାନ ପିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।
ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଉପସ୍ଥିତ ରହି ଉପହାର ସ୍ୱରୂପ ଏକ ଗୋଲାପ ଚାରା ପ୍ରଦାନ କରି ଶ୍ରୀଦାସଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବରେଡକ୍ରସ ସୋସାଇଟିର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ବୌଦ୍ଧ : ହରଭଙ୍ଗା ଏବିଭିପିର ନଗର ସମ୍ମିଳନୀ
ବୌଦ୍ଧ,୧୯/୧୧ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହରଭଙ୍ଗା ନଗର ସମ୍ମିଳନୀ ହରଭଙ୍ଗା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି , ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଦେବାଷିଷ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଇଂରାଜୀ ଅଧ୍ୟାପକ ମନୋଜ ପ୍ରହରାଜ ଯୋଗଦେଇଥିଲେ ,ଜିଲ୍ଲା ସଂଯୋଜକ ଦେବାଶିଷ ସେଠୀ ମଂଚ ପରିଚାଳନା କରିଥିଲେ , ନଗର ସଭାପତି ପ୍ରିୟନାଥ ଶର୍ମା, ନଗର ସଂପାଦକ ଅମେରେଶ ପ୍ରସାଦ ସିଂ, ସହ ସଂପାଦକ ପ୍ରକାଶ ସାହୁ, ସୁରଜ କୁମାର ଆଚାର୍ଯ୍ୟ. ସୁନିତା ସାହୁ, ରିତେଶ କୁମାର ବେହେରା, ଅନନ୍ତ କୁମାର ପ୍ରଧାନ, ତପନ କୁମାର ଦାଶ, ମନିଶା ବେହେରାଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା, ଶେଷରେ ପ୍ରବିଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ : ଭାରସାମ୍ୟ ହରାଇ କାର ଦୁର୍ଘଟଣା ୪ ଆହତ
ବୌଦ୍ଧ,୧୯/୧୧: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ହରଭଙ୍ଗାର ରାମ୍ଭିକଟା ଠାରେ ଏକ କାର ଦୁର୍ଘଟଣା ହୋଇଥିବା ଜଣାପଡିଛି , ମିଳିଥିବା ସୁଚନା ମୁତାବକ ବୌଦ୍ଧ ପଟୁ ଏକ କାର (ଓଡି-୧୫-ପି- ୨୧୫୦) ଚାରିଛକ ଆଡକୁ ଯାଉଥିବା ବେଳେ ଗୁରୁବାର ଭୋର ୪ଟା ସମୟରେ ରାମ୍ଭିକଟା ଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବଡ ପଥର ଉପରେ ଚଢି ଯିବାରୁ ଗାଡିଟି ଦୁର୍ଘଟଣା ହୋଇଥିଲା, ଗାଡିରେ ବସିଥିବା ୪ ଜଣ ଆହତ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ,ସମସ୍ତ ଆହତ ଦୁର୍ଘଟଣା ପରେ ବୁର୍ଲା ଚାଲିଯାଇଥିବାରୁ ସେମାନଙ୍କ ତଥ୍ୟ ଜଣାପଡିନାହିଁ,ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ଏନେଇ ଥାନା ଅଧିକାରୀ ତପସ୍ୱନୀ କହଁରଙ୍କୁ ପଚାରିବାରୁ ଗାଡି ଦୁର୍ଘଟଣା ସମସ୍ତ ଯାତ୍ରୀ ପଲାଇଥିବାରୁ କିଛି ଜଣାପଡିନାହି କି ଏ ପର୍ଯ୍ୟନ୍ତ ଥାନାରେ କିଛି ଅଭିଯୋଗ ହୋଇନଥିବା ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031