Indus Valley Times

ବୌଦ୍ଧଜିଲ୍ଲାରେ ସ୍ୱାଧିନତାର ଅମୃତ ମହୋତ୍ସବ; ପ୍ରତ୍ୟେକ ଦିନ ୩୦ମିନିଟ ଶାରିରୀକ ବ୍ୟାୟାମ କରିବା ପାଇଁ ସଂକଳ୍ପ

 Breaking News

ବୌଦ୍ଧଜିଲ୍ଲାରେ ସ୍ୱାଧିନତାର ଅମୃତ ମହୋତ୍ସବ; ପ୍ରତ୍ୟେକ ଦିନ ୩୦ମିନିଟ ଶାରିରୀକ ବ୍ୟାୟାମ କରିବା ପାଇଁ ସଂକଳ୍ପ

August 28
21:25 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୮: ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ଥାନିୟ କଚେରୀ ଖେଳପଡିଆ ଠାରେ ଅମୃତ ମହୋତ୍ସବ ଅବସରରେ ଫିଟ ଇଣ୍ଡିଆ ଫ୍ରିଡମ୍ ରନ୍ ୨.୦ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟକ ଭାବେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଯୋଗଦାନ କରି ସଚେତନତାର ବାର୍ତା ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୩୦ମିନିଟ ଶାରିରୀକ ବ୍ୟାୟାମ ନିଜେ କରିବା ସହିତ ଅନ୍ୟକୁ କରାଇବା ପାଇଁ ସଂକଳ୍ପ ପାଠ କରାଇଥିଲେ ।
ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଅଧିକାରୀ ବୋକେନ ସିଂଙ୍କ ପରିଚାଳନାରେ ଜିଲ୍ଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନର ଯୁବକ ଓ ଯୁବତୀମାନଙ୍କୁ ନେଇ ସହର ଭିତରେ ମାରାଥନ ଦୌଡ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ କଚେରୀ ପଡିଆ ଠାରୁ ଆରମ୍ଭ ହୋଇ ଏନଏସି ଛକ, ଗାନ୍ଧୀଛକ ଓ ପୋଷ୍ଟ ଅଫିସ ଛକ ଦେଇ ପଡିଆରେ ପହଂଚିଥିଲେ ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନ୍‌ସିସି., ଏନ୍‌ଏସ୍‌ଏସ୍‌., ୟୁଥ୍ ରେଡକ୍ରସ, ଜୟ ଭୈରବୀ କ୍ଲବ ଓ ନେହେରୁ ଯୁବ କେନ୍ଦ୍ରର ୭୫ଜଣ ଯୁବକ ଯୁବତୀ ଯୋଗଦାନ କରିଥିଲେ ।
ଏ ଥିରେ ପୋଲିସ ପ୍ରଶାସନ ପକ୍ଷରୁ ଡିଏସ୍‌ପି. ସହକାରୀ ଜିଲ୍ଲାପାଳ ଅଭିନାଶ କୁମାର ପାଣ୍ଡିଆ, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ, ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗର ଡିଜି ନୋମିନୀ ଦେବାଶିଷ ପୁରୋହିତ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି, ଅବସର ପ୍ରାପ୍ତ ଇଂଜିନିୟର ସନ୍ତୋଷ କୁମାର ପୁରୋହିତ, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରତାପ କୁମାର ସାହୁ, ଏନ୍‌ସିସି. ଅଫିସର ଡ. ମହେନ୍ଦ୍ରନାଥ ଦେବତା, ୟୁଥ୍ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ, ଏନ୍‌ଏସ୍‌.ଏସ. ଅଧିକାରୀ ମନୋଜ ପ୍ରମୁଖ ଉପସ୍ଥିତ ରହିଥିଲେ । ବୌଦ୍ଧଜିଲ୍ଲାର ୭୫ଗୋଟି ଗ୍ରାମରେ ଅମୃତ ମହୋତ୍ସବ ପାଳନ କରିବା ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଛି ।

ବୌଦ୍ଧଜିଲ୍ଲା କିସାନ କଂଗ୍ରେସ କମିଟି କର୍ମକର୍ତ୍ତା ଘୋଷଣା
ବୌଦ୍ଧ,୨୮/୮:ବୌଦ୍ଧଜିଲ୍ଲା କିସାନ କଂଗ୍ରେସ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଯାଇଛି । ଜିଲ୍ଲା ସଭାପତି ଭାବରେ ରଘୁୁନାଥ ପଲିଆଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଉପସଭାପତି ପୂର୍ଣ୍ଣଚନ୍ଦ୍ର ଥପା, ଅଚ୍ୟୁତ କର୍ଣ୍ଣ,ସାଧାରଣ ସଂପାଦକ ବିର ବର ଦାସ, ଗୋପୀନାଥ ମେହେର, ଛବିଳ ବେହେରା,ସୁକଦେବ ମଙ୍ଗରାଜଙ୍କ ନାମ ଘୋଷଣା କରାଯାଇଛି ।
ହରଭଙ୍ଗା ବ୍ଲକ ସଭାପତି ଭାବରେ ନିଳାଚଂଳ ପଟ୍ଟନାୟକ, ବୌଦ୍ଧବ୍ଲକ ସଭାପତି ସଂଜିବ କୁମାର ନାଏକ,କଣ୍ଟାମାଳ ବ୍ଲକ ସଭାପତି ଅନନ୍ତ କର୍ଣ୍ଣ ଓ ବୌଦ୍ଧ ଏନଏସି ସଭାପତି ଚିତ୍ତ ରଂଜନ ବେହେରାଙ୍କ ନାମ ଘୋଷଣା କରାଯାଇଥିବା ନେଇ ଜିଲ୍ଲା ସଭାପତି ଶ୍ରୀ ପଲିଆ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରରେ ଜଣାଇଛନ୍ତି ।
ବୌଦ୍ଧ : ବିରାମଚନ୍ଦ୍ରପୁର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ପୂଜା
ବୌଦ୍ଧ,୨୮/୮: ବୌଦ୍ଧଜିଲ୍ଲାରେ ଅନାବୃଷ୍ଟି ଯୋଗୁଁ ମରୁଡିର ଆଶଙ୍କା ଦେଖାଦେଇଥିବାବେଳେ ଚାଷୀପରିବାରମାନେ ବର୍ଷା ପାଇଁ ଦେବା ଦେବୀଙ୍କ ଆଶ୍ରୟ ନେଉଥିବା ଦେଖାଯାଇଛି । ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ପଂଚାୟତର ବିରାମଚନ୍ଦ୍ରପୁର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ପୂଜା କରାଯାଇଛି । ଗ୍ରାମ ସଭାପତି ବୁଦ୍ଧିସଗାର ମିଶ୍ରଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ଦ୍ୱାରା ଇନ୍ଦ୍ରଦେବକୁ ସନ୍ତୁଷ୍ଟ କରିବାକୁ ପୂଜା ଆରମ୍ଭ କରାଯାଇଥିଲା ।
କର୍ତ୍ତା ଭାବରେ ଗ୍ରାମ ସଭାପତି ଶ୍ରୀମିଶ୍ର ଦାୟିତ୍ୱ ତୁଲାଇଥିବାବେଳେ ପୂଜକ ଭାବରେ ଚିତ୍ତ ରଞ୍ଜନ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଜମି ଗୁଡିକରେ ତଳି ମରିବାକୁ ବସିଥିଲାବେଳେ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ମାଟି ଭିଜା ବର୍ଷା ନହେଲେ ମରୁଡି ହେବାର ସମ୍ଭାବନା ରହିଛଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031