Indus Valley Times

ବୌଦ୍ଧଜିଲ୍ଲାର ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବ ଓ ଡାକ୍ତରଙ୍କ ରୋଗୀ ପ୍ରତି ଅମାନବୀୟ ବ୍ୟବହାର ପ୍ରତିବାଦରେ ଭାରତୀୟ କିଷାନ ସଂଘ ପକ୍ଷରୁ ଧାରଣା

 Breaking News

ବୌଦ୍ଧଜିଲ୍ଲାର ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବ ଓ ଡାକ୍ତରଙ୍କ ରୋଗୀ ପ୍ରତି ଅମାନବୀୟ ବ୍ୟବହାର ପ୍ରତିବାଦରେ ଭାରତୀୟ କିଷାନ ସଂଘ ପକ୍ଷରୁ ଧାରଣା

November 22
21:32 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୧୧: ବୌଦ୍ଧଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତରଙ୍କ ରୋଗୀ ପ୍ରତି ଅମାନବୀୟ ବ୍ୟବହାର ଆଦି ୬ ଦଫା ଦାବି ନେଇ ଭାରତୀୟ କିଷାନ ସଂଘ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ଧାରଣ ଦିଆଯାଇଥିଲା । କିଛିଦିନ ତଳେ ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଦୁର୍ବ୍ୟବହାର କରି ଥିବାରୁ ଡାକ୍ତରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ପ୍ରସୂତି ମହିଳାଙ୍କ ଶର୍ଯ୍ୟାର ଅଭାବ ରହିଛି ଯାହାଫଳରେ ତଳେ ତାଙ୍କୁ ଶୋଇବାକୁ ପଡୁଛି ।
ତେଣୁ ତାକୁ ତୁରନ୍ତ ପୂରଣ କରାଯାଉ,ପୂର୍ବରୁ ଚାଲିଥିବା କିଡନୀ ରୋଗୀଙ୍କ ଚିକିତ୍ସା ପୂନଃ ଆରମ୍ଭ କରାଯାଉ, ଜିଲ୍ଲାରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯାଉ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ଅବସ୍ଥାପିତ କରାଯାଉ, ବୌଦ୍ଧରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ ଦାବି ନେଇ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ବିକାଶ ମହାକୁଳ, ଦୂତିବାହାନ କମ୍ପ,ଶମ୍ଭୁ ପ୍ରସାଦ ପ୍ରଧାନ,କୈବଲ୍ୟ ପ୍ରଧାନ, ପ୍ରକାଶ ଦାସ,ସୁଦାମ ମେଣ୍ଡୁଳି, ଶିବ ନାଏକ, କାଳନ୍ଦି ଚରଣ କ୍ଷେତି,ହରିହର ଭୋଇ,ସୁରଭି ସାହୁ, ଅଷ୍ଟମୀ ପ୍ରଧାନ, ଶାନ୍ତିଲତା ସାହୁ ପମୁଖ ସାମିଲଥିଲେ ।
୮ ଦଫା ଦାବିନେଇ ବୌଦ୍ଧ-କନ୍ଧମାଳ ସମବାୟ କର୍ମଚାରୀ ସଂଘ ପକ୍ଷରୁ ଧାରଣା
ବୌଦ୍ଧ,୨୨/୧୧: ବୌଦ୍ଧ-କନ୍ଧମାଳ ସମବାୟ କର୍ମଚାରୀ ସଂଘ ପକ୍ଷରୁ ୮ ଦଫା ଦାବି ପୂରଣ ନେଇ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ନିବନ୍ଧକ ସମବାୟ ସମିତି ସମୂହ ପତ୍ର ସଂଖ୍ୟା ୧୪୩୯୩କୁ ସଂପୂର୍ଣ୍ଣ ରଦ୍ଦ କରାଯାଇ ଉକ୍ତ ପଦବିରେ ସମସ୍ତ ସେବା ସମବାୟ ସମିତି କର୍ମଚାରୀଙ୍କୁ ଅବସ୍ଥାପିତ କରାଯାଉ, ଗ୍ରେଡସନ ତାଲିକା ତୁରନ୍ତ ପ୍ରସ୍ତୁତ କରାଯା ।
ବୌଦ୍ଧ- କନ୍ଧମାଳ କାର୍ଯ୍ୟରତ ସମସ୍ତ ନୂତନ ସଂପାଦକମାନଙ୍କର ବର୍ତ୍ତମାନ ନିୟମ ଅନୁଯାଇ ଦରମା ବର୍ଦ୍ଧିତ କରାଯାଉ,ରାଜ୍ୟ ସରକାରଙ୍କ ଦ୍ୱାରା ଏଚଆର ପଲିସି-୨୦୧୧ ଅନୁସାରେ ସେବା ସମବାୟ ସମିତି କର୍ମଚାରୀଙ୍କୁ ଯୋଗ୍ୟତା ଓ ବରିଷ୍ଠତା ଭିତିରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟରେ ନିଯୁକ୍ତି ଦିଆଯାଉ, ସରକାରଙ୍କ ସପ୍ତମ ବେତନ କମିଶନ ହିସାବରେ ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ କରି କର୍ମଚାରୀମାନଙ୍କ ଡିଏ,ଇନକ୍ରିମେଣ୍ଟ,ତଥା ଅବସରକାଳିନ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉ ।
ପ୍ରତିମାସରେ କାର୍ଯ୍ୟରତ ଡିଇଓ ମାନଙ୍କ ପଦବିକୁ ସମିତି କର୍ମଚାରୀ ଚାକିରୀ ନିୟମବଳୀରେ ସ୍ଥାନ ଦିଆଯାଉ, ବର୍ତ୍ତମାନ ଶ୍ରମ ବିଭାଗ ଆଇନ ଅନୁସାରେ ସେମାନଙ୍କୁ ଦରମା ପ୍ରଦାନ କରାଯାଉ, ସମିତି ଚାଷୀମାନଙ୍କୁ ସରକରଙ୍କ ଦ୍ୱାରା ସୁଧ ରିହାତି ଟଙ୍କା ଅଗ୍ରିମ ଆକାରରେ ସମିତିକୁ ଯେଯାଗାଇ ଦିଆଯାଉ, ଯାହାଫଳରେ ସମିତି କ୍ଷତିଦାଉରୁ ରକ୍ଷା ପାଇବ, ବ୍ୟାଙ୍କର ଲାଭାଂଶକୁ ସମିତି ମାନଙ୍କୁ ଲାଭଂଶ ବଣ୍ଟନ କରାଯାଉ ଆଦି ଦାବି ନେଇ ଧାରଣା ଦେଇଥିଲେ । ଏହି ଧାରଣାରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଙ୍କ ବୌଦ୍ଧ ଗସ୍ତ
ବୌଦ୍ଧ,୨୨/୧୧ : ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ,ୟୁନିସେଫ ରାଜ୍ୟ ପରାମର୍ଶଦାତ୍ରୀ ଦେବୀକା ସାହୁ ,ପ୍ରୋଗ୍ରାମ ମ୍ୟାନେଜର (ଓ ଏସ ସି ପି ସି ଆର) ପ୍ରିତିକାନ୍ତ ପଣ୍ଡା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇଙ୍କ ସହ ହରଭଙ୍ଗା ବ୍ଲକର ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟ ୱାନ ଷ୍ଟପ ସେଣ୍ଟର(ସକ୍ଷୀ), ସ୍ୱଧାର ଗୃହ ଓ ଶିଶୁ ଯତ୍ନ ଅନୁଷ୍ଠାନ ଇତ୍ୟାଦି ବୁଲି ତଦାରଖ କରିଥିଲେ ।
ପରେ ପରେ ବୌଦ୍ଧ ବ୍ଲକର ଓଲଣ୍ଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ ଓ କିଶୋରୀ ବାଳିକା ଏବଂ ମମତା ମା ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ସାକ୍ଷାତ କରି ଜିଲ୍ଲାରେ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ମିନି କଅଁର ଙ୍କୁ ଝାଡ଼ରାଜିଙ୍ଗ ଠାରେ ଥିବା ବନ ଦୂର୍ଗା ଜାରଶ୍ରମକୁ ପଠାଗଲା

ବୌଦ୍ଧ,୨୨/୧୧:ବୌଦ୍ଧଗଡ଼ ଆଶ୍ରୟ ପକ୍ଷ୍ୟରୁ ଉଦ୍ଧାର କରା ଯାଇ ଥିବା କଣ୍ଟାମାଳ ବ୍ଲକ୍ – ପଲସାଗୁରା ଗ୍ରାମ ର ସଂଯୁକ୍ତା ବିଭାର ଓ ତାଙ୍କର୍ ଦୁଇ ଛୁଆ ଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଛାଡିବା ସହ ଖଲିଆପାଲି ଗ୍ରାମ ପଞ୍ଚାୟତ, ରୁଗୁଡ଼ି ଘୂରା ଗ୍ରାମର ମିନି କଅଁର ଙ୍କୁ ଝାଡ଼ରାଜିଙ୍ଗ ଠାରେ ଥିବା ବନ ଦୂର୍ଗା ଜରାଶ୍ରମକୁ ଜିଲ୍ଲା ପ୍ରଶାସନର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସୂଚନା – ଲୋକ ସମ୍ପର୍କ ଅଧିକାରୀ, ଆଶ୍ରୟ ପରିଚାଳକ ଓ ଜରାଶ୍ରମର କର୍ମଚାରୀ ଙ୍କ ଉପସ୍ଥିତି କ୍ରମେ, ସ୍ଥାୟୀ ଥଇଥାନ ଓ ଉତ୍ତମ ସେବା ନିମନ୍ତେ ହସ୍ତାନ୍ତର କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031