Indus Valley Times

ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନସେବା ସଚେତନତା କାର୍ଯ୍ୟକ୍ରମ

 Breaking News

ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନସେବା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନସେବା ସଚେତନତା କାର୍ଯ୍ୟକ୍ରମ
October 05
21:10 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୧୦ : ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ମୁଷୁଣ୍ଢି ପଂଚାୟତ ଅଫିସ୍‌ଠାରେ ମୁକ୍ତ ଆଇନସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ଚରଣଜିତ ଓରାମ ଅଧ୍ୟକ୍ଷତା କରିଥିଲେ ।
ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ର ପ୍ୟାନେଲ୍ ଓକିଲ ମନୋଜ କୁମାର ମହାରଣା, ମୁଷୁଣ୍ଢି ଗ୍ରାମପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦାମ ପ୍ରଧାନ ଉପସ୍ଥିତ ଥିଲେ ।
ଏହି ଆଇନସେବା କାର୍ଯ୍ୟକ୍ରମରେ ପଂଚାୟତ ତଥା ପାଖାପାଖି ଗ୍ରାମର ବହୁ ସଂଖ୍ୟକ ଲୋକ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ର ପି.ଏଲ୍‌.ଭି ମାନେ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ଉପଲବ୍ଧ ବିଭିନ୍ନ ମୁକ୍ତ ଆଇନସେବା ବିଷୟରେ ଜଣାଇବା ତଥା ଏହାଦ୍ୱାରା ଅନୁଷ୍ଠିତ ହୋଉଥିବା ଲୋକ ଅଦାଲତରେ ଭାଗନେଇ ପ୍ରାକ ମକଦ୍ଦମା କେସ ଗୁଡିକର ସମାଧାନ କରିବା ତଥା ସମୟ ଓ ଅର୍ଥର ଅପଚୟରୁ ବଚିଂବା, ବିଭିନ୍ନ ଘରୋଇ କଳହ, ମାଲି ମକଦ୍ଦମା ତଥା ସ୍ୱାମି ସ୍ତ୍ରୀ ଝଗଡା, ଜମିବାଡି କଳହ, ଅନ୍ୟାୟ ଅତ୍ୟାଚାର ଇତ୍ୟାଦି ଉଚିତ ବୁଝାମଣା ଦ୍ୱାରା ସମାଧାନ କରିବା ଇତ୍ୟାଦି ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା ।
ଏହା ସହିତ ଲୋକମାନଙ୍କୁ ପ୍ରଚାରପତ୍ର ମଧ୍ୟ ବଂଟନ କରାଯାଇଥିଲା ।ଶ୍ୟାମସୁନ୍ଦର ପୁରୋହିତଙ୍କ ସମେତ ବହୁ ବିଜେପି ନେତା ସାମିଲ ଥିଲେ ।
ବୌଦ୍ଧ : ମୁଣ୍ଡାପଡା ପଞ୍ଚାୟତରେ ଦାନ ଉତ୍ସବ କାର୍ଯ୍ୟକ୍ରମ
ବୌଦ୍ଧ,୫/୧୦: ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତରେ ମଙ୍ଗଳବାର ଦିନ ପଞ୍ଚାୟତ ସଭାଗୃହ ଠାରେ ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଅଧ୍ୟକ୍ଷତାରେ ଏକ କିଶୋରୀ ବାଳିକା ଓ କିଶୋର ବାଳକ ମାନଙ୍କୁ ନେଇ ଏକ ଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ମାନଙ୍କୁ ଶିକ୍ଷାରୁ ବଞ୍ôଚତ ନେଇ ଆଲୋଚନା ହୋଇଥିଲା । ଏଥିରେ ସିଆରସିସି ଶେଷଦେବ ପ୍ରଧାନ,ୱାଇସିଡିଏର ମମତା ପରିଡା,ହରପ୍ରକାଶ ତ୍ରୀପାଠି, ଚାଇଲଡ ହେଲପ ଲାଇନ କାଉନସିଲର ସ୍ୱଦ୍ଧାମୟୀ ରଥ, ଗ୍ରାମସେବକ ନରସିଂହ ସୁଣ୍ଡୀ, ସମାଜସେବୀ ଈଶ୍ୱର ପ୍ରଧାନ ଯୋଗଦେଇ ଶିଶୁଙ୍କ ଯତ୍ନ ଉପରେ ଆଲୋଚନା କରିବା ସହ ମତବ୍ୟକ୍ତ କରିଥିଲେ । ଶେଷର ପୁଅ ଓ ଝିଅ ମାନଙ୍କୁ ଖାତା, ପେନ , ପେନସିଲ ଆଦି ପ୍ରଦାନ କରାଯାଇଥିଲା । ୱାଇସିଡିଏର ମମତା ପରିଡା ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031