Indus Valley Times

ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ରର ପରାମର୍ଶଦାୟୀ ବୈଠକ ୨୦୨୧-୨୨ ବାର୍ଷିକ କାର୍ଯ୍ୟକ୍ରର ଖସଡା ପ୍ରସ୍ତୁତ

 Breaking News

ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ରର ପରାମର୍ଶଦାୟୀ ବୈଠକ ୨୦୨୧-୨୨ ବାର୍ଷିକ କାର୍ଯ୍ୟକ୍ରର ଖସଡା ପ୍ରସ୍ତୁତ

August 24
21:08 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୮: ଭାରତ ସରକାରଙ୍କ ଯୁବ ଓ କ୍ରୀଡାବିଭାଗ ପକ୍ଷରୁ ବୌଦ୍ଧଜିଲ୍ଲାରେ ଆସନ୍ତା ୨୦୨୧ – ୨୨ ବର୍ଷପାଇଁ ହେବାକୁ ଥିôବା କାର୍ଯ୍ୟକ୍ରମର ଆଲୋଚନା ମାଧ୍ୟମରେ ପ୍ରସ୍ତୁତ ହୋଇଅଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଅଧିକାରୀ ଭୋକେନ ସିଂ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ବୌଦ୍ଧଜିଲ୍ଲାର ମୁଖ୍ୟ ସହର ସମେତ ତିନିଗୋଟି ବ୍ଲକର ସମସ୍ତ ୟୁଥ୍ କ୍ଲବମାନଙ୍କୁ ନେଇ ସଚେତନତା ସଭା ଓ କ୍ରୀଡା ଆୟୋଜନ କରାଯାଇ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯିବ । ଭାରତ ସ୍ୱାଧିନ ହେବାର ୭୫ ବର୍ଷ ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ଆଜାଦି କା ଅମୃତ ମହୋତ୍ସବ ଗତ ଅଗଷ୍ଟ ୧୩ ତାରିଖରେ ଉଦ୍‌ଘାଟନ ହୋଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବୌଦ୍ଧଜିଲ୍ଲାରେ ଆସନ୍ତା ୨୮ ତାରିଖରେ ଖେଳପଡିଆରେ ଶୁଭାରମ୍ଭ ହେବ ।
ବୌଦ୍ଧଜିଲ୍ଲାର ବିଭିନ୍ନ ବ୍ଲକର ୭୫ଗୋଟି ଗ୍ରାମରେ ୮ଜଣ ନେହେରୁ ଯୁବ ସ୍ୱେଚ୍ଛାସେବୀଙ୍କ ନେତୃତ୍ୱରେ ଏହି ଉତ୍ସବକୁ ପାଳନ କରାଯିବ । ବୌଦ୍ଧଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଖେଳସାମଗ୍ରୀ ଯୋଗାଇଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ନେହେରୁ ଯୁବକେନ୍ଦ୍ର କାର୍ଯ୍ୟାଳୟ ପାଇଁ କୋଠା ଯୋଗାଇଦେବା ପାଇଁ ଆଲୋଚନା ହୋଇଥିଲା ।
ଏହି ବୈଠକରେ ନେହେରୁ ଯୁବକେନ୍ଦ୍ରର ଡିଜି ମନୋନୀତ ସଦସ୍ୟ ଦେବାଶିଷ ପୁରୋହିତ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଡିଏସ୍‌ଡବ୍ଲୁଓ ଲକ୍ଷ୍ମୀପତି ଭୋଇ, ଆଇଟିଆଇ ପକ୍ଷରୁ ସୁବୋଧ କୁମାର ପାଣିଗ୍ରାହୀ, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ୍‌, ୟୁଥ୍ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ, ଅଧ୍ୟାପକ ପ୍ରତାପ କୁମାର ରଥ, ସୁମନ ଷଡଙ୍ଗୀ, ବୃନ୍ଦାବନ ପାତ୍ର, ଉତ୍ତମ ମହାକୁଡ, ସୁପ୍ରୀୟା ଦେହୁରୀ. ଶ୍ରୀତମ କଲତା ପ୍ରମୁଖ ଯୋଗଦାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031