Indus Valley Times

ବୌଦ୍ଧରେ ଜନଜାତୀୟ ଗୌରବ ଦିବସ ସମାରୋହ ପାଳିତ

 Breaking News

ବୌଦ୍ଧରେ ଜନଜାତୀୟ ଗୌରବ ଦିବସ ସମାରୋହ ପାଳିତ

November 16
09:59 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୧୧ : ଧରତୀ ଆବା ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ବୌଦ୍ଧ କଚେରୀ ପଡିଆଠାରେ ଜିଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ପ୍ରଦିପ ପ୍ରକ୍କଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀଡାଙ୍ଗ ନିଶାମୁକ୍ତ ରାଜ୍ୟ,ନିଶାମୁକ୍ତ ଦେଶ ଗଠନ ପାଇଁ ଆହ୍ୱାନ କରିବା ସହ ଧରିତ୍ରୀ ମା ପାଇଁ ଗଛଟିଏ ଲଗାଇବାକୁ ଆହ୍ୱାନ କରିଥିଲେ । ଏହାବ୍ୟତୀତ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ଜନହିତକାରୀ ଯୋଜନାର ସଫଳ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହା ଏକ ମାଧ୍ୟମ । ଭଗବାନ ବିର୍ସା ମୁଣ୍ଡା ଆଦିବାସୀଙ୍କ କଲ୍ୟଣ ଓ ଅଧିକାର ପାଇଁ ଲଢେଇ କରିବା ସହିତ ଦେଶ ପାଇଁ ଇଂରେଜ ସରକାର ବିରୋଧରେ ସଂଗ୍ରାମ କରିଥିଲେ ବୋଲି ଶ୍ରୀଡାଙ୍ଗ ପ୍ରକାଶ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଜିଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ସ୍ୱାଗତ ଭାଷଣ ସହିତ ସ୍ୱଛତା ଓ ନିଶାନିବାରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ସେହିପରି ଅନ୍ୟତମ ଅତିଥି ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଭଗବାନ ବିର୍ସା ମୁଣ୍ଡାଙ୍କ ସ୍‌ୃତି ଚାରଣ କରିଥିଲେ । ଜିଲାପାଳ ଶ୍ରୀପଣ୍ଡା ସମାରୋହରେ ଅଧ୍ୟକ୍ଷତା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ବକ୍ତବ୍ୟ ରଖିବା ସହିତ ପ୍ରତ୍ୟେକ ଜିଲାବାସୀ ଏହାର ସୁଯୋଗ ନେବାକୁ ଆହ୍ୱାନ କରିଥିଲେ । ଏହାବ୍ୟତୀତ ଜିଲାରେ ଧାନକ୍ରୟ ବ୍ୟବସ୍ଥାର ସୁପରିଚାଳନା,ଜଙ୍ଗଲ ଅଧିକାର ଆଇନ,ନିଶାମୁକ୍ତ ଗ୍ରାମ ଗଠନ,ସ୍ୱଛତା ଓ ଭଗବାନ ବିର୍ସା ମୁଣ୍ଡାଙ୍କ ବଳୀଦାନ ସଂପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ବଡବନ୍ଧ ସରକାରୀ ବାଳିକା ବିଦ୍ୟାଳୟ ଓ ମେଣ୍ଢିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ । ସଂସ୍କୃତ ଶିକ୍ଷକ ମେଣ୍ଢିମାଳ ଉଚ୍ଚ ବିଦ୍ୟାଳୟ ପ୍ରମୋଦ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ସମବାୟ ସହକାରୀ ଉପନିବନ୍ଧକ ସମବାୟ ସମିତି ସମୁହ ହାଡିବନ୍ଧୁ ମହାଖୁଡ ଧନ୍ୟବାଦ ପ୍ରଦାନ କରିଥିଲେ ।
ଆୟୋଜିତ ସମାରୋହରେ ହିତାଧିକାରୀମାନଙ୍କୁ ଜାତିଗତ ପ୍ରମାଣ ପତ୍ର,ଜଙ୍ଗଲ ଜମି ପଟ୍ଟା,ଭିନ୍ନକ୍ଷମ,ବିଧବା ଭତା ସହିତ ହୁଇଲଚେୟାର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତହସିଲଦାର ଲଗ୍ନଜିତ ବେହେରା, ଜିଲା ମଙ୍ଗଳ ଅଧିକାରୀ ସୂର‌୍ୟ୍ୟନାରାୟଣ ବେହେରା,ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଂସଦା,ଜିଲା ପଞ୍ଚାୟତ ଅଧିକାରୀ ମନୋରଂଜନ ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତିମୟି ଜେନା,ସୁଚରିତା ମୁଗ୍ରୀ,ସହକାରୀ ଜିଲାପାଳ ଚାନ୍ଦିନୀ ମେହେର, ଜିଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର,ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ସୌମ୍ୟ ରଂଜନ ରାୟ ଓ ଚନ୍ଦ୍ରକାନ୍ତି ବେଉରା,ଜିଲା ପ୍ରକଳ୍ପ ସଂଯୋଜକ ରଶ୍ମିରଂଜନ ସେଠୀ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031